pakka

ପ୍ରଜାପିତା ବ୍ରହ୍ମାଙ୍କ ୫୩ ତମ ଶ୍ରାଦ୍ଧବାର୍ଷିକୀ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଂସାରର ମାର୍ଗଦର୍ଶିକା ପ୍ରଜାପିତା ବ୍ରହ୍ମାଙ୍କ ୫୩ ତମ ଶ୍ରାଦ୍ଧ ବାର୍ଷିକୀ ଦିବସ ଛତ୍ରପୁର ସ୍ଥ ଶାଖା ଶାନ୍ତି ଅନୁଭୂତି ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି । ଶାଖା ସଂଚାଳିକା ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ବ୍ରହ୍ମାବାବାଙ୍କ ୫୩ତମ ସ୍ମୃତି ଦିବସର ମହତ୍ତ୍ୱକୁ ପ୍ରତିପାଦନ କରିଥିଲେ । ବିଶ୍ୱବାସୀଙ୍କ କଲ୍ୟାଣ ନିମନ୍ତେ ବ୍ରହ୍ମାବାବାଙ୍କ ଶାନ୍ତି ସ୍ଥାପନ ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା ସାଂଗକୁ ସାରା ବିଶ୍ୱରେ ଏକ ଧର୍ମ ପ୍ରତିଷ୍ଠାର ଲକ୍ଷ୍ୟ, ଚିନ୍ତା ଓ ପଦକ୍ଷେପ ଉପରେ ସହକାରୀ ସଂଚାଳିକା ବ୍ରହ୍ମାକୁମାରୀ ପିଙ୍କି ବିଶଦ ଆଲୋକପାତ କରିଥିଲେ । ଏହି ସ୍ମୃତିଦିବସ ସମାରୋହରେ ବିଭିନ୍ନ କୋଣ ଅନୁକୋଣରେ ବହୁ ଭାଇ ଓ ଭଉଣୀମାନେ ଯୋଗଦେଇ ବାବାଙ୍କ ସ୍ମୃତିପ୍ରତି ଶ୍ରଦ୍ଧାସୁମନ ସହ ଭକ୍ତି ଓ ନୈବେଦ୍ୟ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 + twelve =