pakka

ବଲାଙ୍ଗିର ପୌରାଂଚଳରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରେ ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ ୩୦୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସାରା ରାଜ୍ୟରେ ୧୧ ହଜାର ୮୬ ଜଣ ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି । ତେବେ ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୬, ୮, ୧୧ ଓ ୧୩ରୁ ଜଣେ ଲେଖାଏଁ, ୱାର୍ଡ ନଂ.୩, ୪, ୯ ଓ ୧୨ରୁ ୨ ଜଣ ଲେଖାଏଁ, ୱାର୍ଡ ନଂ.୭, ୧୦ ଓ ୧୯ରୁ ୩ ଜଣ ଲେଖାଏଁ, ୱାର୍ଡ ନଂ.୧ରୁ ୪ ଜଣ, ୱାର୍ଡ ନଂ.୧୫, ୨୦ ଓ ୨୧ରୁ ୫ ଜଣ ଲେଖାଏଁ, ୱାର୍ଡ ନଂ.୧୮ରୁ ୭ ଜଣ, ୱାର୍ଡ ନଂ.୨ରୁ ୯ ଜଣ ଏବଂ ୱାର୍ଡ ନଂ.୫ରୁ ୧୧ ଜଣ ସଂକ୍ରମିତ ହୋଇଥିବା ସୂଚନାରେ ଦର୍ଶାଯାଇଛି ।

Leave A Reply

Your email address will not be published.

20 + 14 =