oom

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଝିଅମାନଙ୍କୁ ୫ ଦିନିଆ ଅଗ୍ନିବୀର ତାଲିମ ଆରମ୍ଭ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଓ ମହିଳା ଓ ଶିଶୁ ବିକାଶ ଓଡ଼ିଶା ସରକାରଙ୍କ ତରଫରୁ ଗନ୍ଧମାର୍ଦ୍ଦନ ଶିଳ୍ପ ତାଲିମ୍ କେନ୍ଦ୍ରଠାରେ ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂଙ୍କ ତତ୍ତ୍ଵାବଧାନରେ ଶିଳ୍ପ ତାଲିମ ଅନୁଷ୍ଠାନ ପଡିଆଠାରେ ସୁବେଦାର୍ ମେଜର ମହେଶ୍ୱର ଦତ୍ତ ଏବଂ ହାବିଲଦାର ଧିରେନ୍ ସୁବା, ଡକ୍ଟର ପ୍ରକାଶ ଦାସଙ୍କ ଉପସ୍ଥିତିରେ ୫ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମକୁ ଗନ୍ଧମାର୍ଦ୍ଦନ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ବିଶ୍ୱରଂଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ । ଉକ୍ତ ତାଲିମରେ ବିଭିନ୍ନ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବଛା ଯାଇଥିବା ୪୦ ଜଣ ପ୍ରର୍ଥିନୀଙ୍କୁ ଅଗ୍ନିବୀର ନିମନ୍ତେ ତାଲିମ ପ୍ରଦାନ କରାଯିବ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ବେଟି ବଚାଓ, ବେଟି ପଢ।ଓ ଯୋଜନାରେ ତାଲିମ ଦିଆଯିବ । କାର୍ଯ୍ୟକ୍ରମରେ ଆଇନ ପରିବେକ୍ଷକ ଅଧିକାରୀ ଦିଗମ୍ବର କର, ୟୁନିଟ ତରଫରୁ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି, ୟୁନିଟର ସାମାଜିକକର୍ମୀ ଅରୁଣ ଖୁଆସ ପ୍ରମୁଖ ଉପସ୍ଥିତ ଥିବାବେଳେ ସୁଦାମ ସୁନା ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.