ଆଜି ପ୍ରକାଶ ପାଇବ ଯୁକ୍ତ ୨ ସ୍ପଟ ମେଧା ତାଲିକା

ଭୁବନେଶ୍ୱର : ୨୦୨୨-୨୩ ଶିକ୍ଷାବର୍ଷରେ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ନାମଲେଖା ପାଇଁ ଗୁରୁବାର ସ୍ପଟ ମେଧା ତାଲିକା ପ୍ରକାଶ ପାଇବ । ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଏଥିରେ ମନୋନୀତ ଛାତ୍ରଛାତ୍ରୀ ଅପରାହ୍ନ ୩ଟାରୁ ୧୬ ତାରିଖ ସନ୍ଧ୍ୟା ୫ଟା ଭିତରେ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଞ୍ଜିକରଣ କରିବେ । ୧୭ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ ନାମଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରକାଶ ପାଇବ । ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ୧୭ ତାରିଖ ଅପରାହ୍ନ ୧୨ଟାରୁ ୨୦ ତାରିଖ ଅପରାହ୍ନ ୪ଟା ଭିତରେ ନାମ ଲେଖାଇବେ । ରାଜ୍ୟରେ ୨,୦୬୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇବା ପାଇଁ ୫,୦୭,୮୨୨ ସିଟ୍ ରହିଛି । ଦୁଇଟି ପର୍ଯ୍ୟାୟରେ ୩,୬୪,୫୫୦ ସିଟ୍ ପାଇଁ ନାମଲେଖା ସରିଥିବା ବେଳେ ଏବେ ୧,୪୩,୨୭୨ଟି ସିଟ୍ ବଳକା ପଡ଼ିଛି । ସେଥିମଧ୍ୟରୁ କଳାରେ ୪୭,୫୭୩ ସିଟ୍ ଖାଲି ପଡ଼ିଥିବା ବେଳେ ବିଜ୍ଞାନରେ ୫୮,୯୯୧, ବାଣିଜ୍ୟରେ ୨୩,୨୬୪, ସଂସ୍କୃତରେ ୭,୪୧୧ ଏବଂ ଧନ୍ଦାମୂଳକ ଶିକ୍ଷାରେ ୬,୦୩୩ ସିଟ୍ ଖାଲି ରହିଛି ।

Leave A Reply

Your email address will not be published.

seven − 1 =