ଲିଖିତ ପ୍ରତିଶୃତି ପରେ ସ୍କୁଲ ଗେଟ ତାଲା ଖୋଲିଲା

ବକଟୀ, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ବକଟୀ ପଂଚାୟତ ବକଟୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀ ସ୍କୁଲ ଗେଟରେ ତାଲା ପକାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ, ଏସ୍‌ଏନ୍‌ସିୟୁରେ ପିଟିଏ ଓ ଗ୍ରାମବାସୀ ମାନଙ୍କ ତରଫରୁ ୱାର୍ଡ ମେମ୍ବର, ଏବିଇଓ ରଜନୀକାନ୍ତ ସାହୁ ଓ ଦୁତିଆ ବରିହା, ସିଆର୍‌ସିସି ବାବୁ ଲାଲ ସାହୁ, ପ୍ରାଥମିକ ଶିକ୍ଷକ ଓ ସହକାରୀ ଶିକ୍ଷକ ବୃନ୍ଦଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ କମ୍‌ ରହିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଆଉ ଜଣେ ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ସକାଶେ ଦାବୀ ଜଣାଇ ବିଦ୍ୟାଳୟ ଫାଟକରେ ତାଲା ପକାଯାଇଥିଲା । ଆସନ୍ତା ୦୬/୦୨/୨୦୨୩ ତାରିଖ ସୁଦ୍ଧା ଆଉ ଜଣେ ଅତିରିକ୍ତ ଶିକ୍ଷକ କିମ୍ବା ଖଲିଆପାଲିକୁ ଡେପୁଟେସନରେ ଯାଇଥିବା ଶିକ୍ଷୟତ୍ରୀ ସଂଗୀତା ସାହୁଙ୍କୁ ଫେରାଇ ଆଣିବାକୁ ବିଇଓ ଆଗଲପୁର ତରଫରୁ ଉପସ୍ଥିତ ଥିବା ଏ ବିଇଓ ଲିଖିତ ପ୍ରତିଶୃତିପରେ ଆନ୍ଦୋଳନକୁ ବନ୍ଦ କରିଥିଲେ ଗ୍ରାମବାସୀ । ପ୍ରକାଶ ଯୋଗ୍ୟ ଯେ, ଧାର୍ଯ୍ୟ ସମୟ ମଧ୍ୟରେ ଶିକ୍ଷକ ଯୋଗାଇ ନଦେଲେ ପରେ ପୁଣି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.