pakka

ଟାଇକୋଣ୍ଡୋ ଜାତୀୟସ୍ତରୀୟ ନିମନ୍ତେ ଗଞ୍ଜାମର ରୁଦ୍ର ନାରାୟଣ ବେହେରା ମନୋନୀତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୨୦୨୨ ଗତ ମାର୍ଚ୍ଚ ମାସ ୧୬ ଓ ୧୭ ତାରିଖରେ ବାଙ୍ଗାଲୋର ସ୍ଥିତ ସ୍ପୋର୍ଟସ ଓଥୋରିଟି ଅଫ ଇଣ୍ଡିଆର ନେସନାଲ ସେଣ୍ଟର୍ ଅଫ ଏକ୍ସଲେନ୍ସ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଟାଇକୋଣ୍ଡୋ ଭାରତ ଦଳ ପାଇଁ ଚୟନ ପ୍ରକ୍ରିୟା ହୋଇଥିଲା । ସେଥିରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଥିବା କେ.ଏମ.ପି ସ୍ପୋର୍ଟସ ଏକାଡେମୀର ରୁଦ୍ର ନାରାୟଣ ବେହେରା ଓଡ଼ିଶାରୁ ପ୍ରଥମ ଖେଳାଳୀ ଭାବେ ଅଂଶ ଗ୍ରହଣ କରିଥିଲେ । ସେଥିରେ ଭଲ ପ୍ରଦର୍ଶନ କରିଥିବା ଯୋଗୁ ଜାତୀୟ ଦଳକୁ ଚୟନ ହୋଇଛନ୍ତି । ଛତ୍ରପୁର ବ୍ଲକର ସୀଙ୍ଗିପୁର ଗ୍ରାମର ରାଜେନ୍ଦ୍ର କୁମାର ବେହେରା ଓ ମମତା ବେହେରାଙ୍କ ପୁତ୍ର ରୁଦ୍ର ନାରୟଣ ବେହେରା ପିଲା ବେଳରୁ କେ.ଏମ.ପି ସ୍ପୋର୍ଟସ ଏକାଡେମୀରେ ଯୋଡ଼ିହୋଇ ଟାଇକୋଣ୍ଡୋ ଭଳି ଖେଳକୁ କୋଚ୍ କେ.ମନୋଜ ପ୍ରଧାନଙ୍କ ଅଧିନରେ ସେ ଶିକ୍ଷା ନେଉଛନ୍ତି । ସେ ଆସନ୍ତା ୬ ତାରିଖରେ ବାଙ୍ଗାଲୋର ସ୍ଥିତ ସସ୍ପୋର୍ଟସ ଓଥୋରିଟି ଅଫ ଇଣ୍ଡିଆର ନେସନାଲ ସେଣ୍ଟର୍ ଅଫ ଏକ୍ସଲେନ୍ସ ରେ ଯାଇ ଏକବର୍ଷ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ହେବେ । ଓଡ଼ିଶା ଟାଇକୋଣ୍ଡୋ ଆସୋସିଏସନ୍‌ର ସମ୍ପାଦକ ମନମହୋନଭଞ୍ଜ ଶୁଭେଚ୍ଛା ଜଣାଇବା ଜିଲ୍ଲାର ସଭାପତି ଶ୍ରୀକାନ୍ତ ମହାନ୍ତି ଓ ଡା. ଅନିତା ମିଶ୍ର, ସି.ଏଚ୍‌. ପ୍ରସାଦ ନାୟକ, ଇ. ଲଳିତ କୁମାର, ବାସୁ ନାୟକ, ଅମ୍ବିକା ପ୍ରସାଦ ଦାସ, ଯନୋଜ କୁମାର ମହାରଣା, ଲଷ୍ମୀ ନାରାୟଣ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟସ୍ତରରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇ ତାଙ୍କ ସଫଳତା କାମନା କରାଯାଇଛି ।

jay balangir
Leave A Reply

Your email address will not be published.

16 − five =