jsm

ସେବାଜଗତ ଓ ଫୋଗୋ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

csstore

କଳାହାଣ୍ଡି, (ପିକେସାହୁ) : ମ.ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ ଶିବ ମନ୍ଦିର ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ଓ ଫୋଗୋ ଏଫ୍‌.ଇଏସ୍‌ ଭୁବନେଶ୍ୱର ତରଫରୁ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ, ସମ୍ମାନିତ ଅତିଥି ଭାବେ ସମାଜସେବୀ, ତଥା ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ ଯୋଗଦେଇ, ବିଶ୍ୱପରିବେଶ ଦିବସ ପାଳନ ମହତ୍ୱ, ବୃକ୍ଷ୍ୟରୋପଣ ଓ ତାର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ ଓ ବୃକ୍ଷ୍ୟରୋପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ପରିବେଶ ଉପରେ ଏକ ଚିତ୍ରଙ୍କନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେବାଜଗତ ଅନୁଷ୍ଠାନର ଟଙ୍କ ଧର ବଗର୍ତ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅମିତ ସାହୁ, ସୁମନ୍ତ ସା ଶିବ ମନ୍ଦିର କମିଟିର ପୁଝାରୀ ଓ କର୍ମଚାରୀମାନେ ସାହାର୍ୟ୍ୟ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.