pakka

ଦପଲାରେ ନିଆଁଲାଗି ମୂଲ୍ୟବାନ ଗଛ ନଷ୍ଟ

bbehera

କଣ୍ଟାମାଲ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଦପଲା ଗ୍ରାପର ଦପଲା ଗାଁର ବିନୋଦ ବିହାରୀ ପ୍ରଧାନଙ୍କ ବାଡ଼ିପଟେ ପାଳଗଦା କୌଣସି କାରଣରୁ ନିଆଁଲାଗି ଯିବାରୁ ବଡ଼ ବଡ଼ ପାଳଗଦା ଦୁଇଟି ଭସ୍ମୀଭୂତ ହୋଇଯିବା ସହ ମୂଲ୍ୟବାନ ବାଉଁଶ ଓ ସାବୁଆନ ଗଛରେ ନିଆଁ ଲାଗି ଯିବା ଯୋଗୁଁ ଶତାଧିକ ଗଛ ନଷ୍ଟ ହୋଇଯାଇଛି । ଯାହା ଫଳରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ନିଆଁ ଲାଗିଥିବା ଖବର ପାଇ କଣ୍ଟାମାଲ ଦମକଲ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ମୂଲ୍ୟବାନ ଗଛ କିନ୍ତୁ ନଷ୍ଟ ହୋଇଯାଇଛି । ନିଆଁ କେଉଁ କାରଣରୁ ଲାଗିଛି ତାହା ତଦନ୍ତ କଲେ ଜଣାପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

jay balangir
Leave A Reply

Your email address will not be published.

four − two =