
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -୨୦୨୬ ସରକାରୀ ନେହେରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭେଉଁରିଆ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଏବିଇଓ ଜୟକୁମାର ସାହୁ, ଏବିଇଓ ରାମସିଂ ଭୋଇ, ସରପଞ୍ଚ ଚୈତନ୍ୟ ଲୁହାର, ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ମହାନନ୍ଦ, ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ, ଏସ୍ଏମ୍ସି ଚେୟାରମେନ ସଦାନନ୍ଦ ମଲ୍ଲିକ, ସିଆର୍ସିସି ସନ୍ତୋଷ କୁମାର ବେହେରା ମଂଚାସୀନ ଥିଲେ । ସମସ୍ତ କ୍ଲଷ୍ଟରର କୃତି ଛାତ୍ରଛାତ୍ରୀ, ଗାଇଡ଼ ଶିକ୍ଷକ ଓ ଅଭିଭାବକ ଯୋଗଦାନ କରିଥିଲେ । ଜୟକୁମାର ସାହୁ ସେବା ତଥା ବିକଶିତ ଭାରତ ଉପରେ ଉଦବୋଧନ ଦେଇଥିଲେ । ସ୍ତର ଅନୁଯାୟୀ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସିଆର୍ସିସି ସୁରେଶ ଚୌହାନ ସଭା ପରିଚାଳନା କରିଥିବା ବେଳେ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କ୍ଲଷ୍ଟରର ସିଆର୍ସିସି ଓ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ଏସ୍ଏମ୍ସି ସଭ୍ୟସଭ୍ୟାଗଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।