ନରସିଂହଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ବୈଠକ : ରାଜ୍ୟରେ ସାର କଳାବଜାରୀକୁ ନେଇ ଗୃହ କମିଟିରେ ଜୋରଦାର ଆଲୋଚନା : ଭିଜିଲାନ୍ସ ଅନୁସନ୍ଧାନ ପାଇଁ ସୁପାରିଶ

କେଉଁଝରର ଆନନ୍ଦପୁର, ବଲାଙ୍ଗିର ଡିସିସିବିର ସ୍ୱତନ୍ତ୍ର ଅଡିଟ ରିପୋର୍ଟ ୭ ଦିନ ଭିତରେ ପ୍ରଦାନ କରିବାକୁ ନିର୍ଦ୍ଦେଶ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ ଅଫିସ କାର୍ଯ୍ୟାଳୟ ଭିଡିଓ କନଫରେନ୍ସ କକ୍ଷରେ ବିଧାନସଭା ଗୃହ କମିଟିର ବିଭାଗୀୟ ସବ୍‌ କମିଟି ୬ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଠାରୁ ସ୍ଥଗିତ ଥିବା ଏହି ବୈଠକ ଆଜି ଦିନ ୧୧ଟାରେ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ବୈଠକରେ ବିଶେଷ କରି ସାରା ରାଜ୍ୟରେ ଦେଖାଦେଇଥିôବା ସାର ଅଭାବ, ସେଥି ପାଇଁ ଦାୟୀ ସରକାରୀ ଅଧିକାରୀ, ସମବାୟ ସମିତି ତଥା ସାର ବ୍ୟବସାୟୀଙ୍କ ସାମୁହିକ ଦୁର୍ନୀତି ଯୋଗୁଁ ସାରା ରାଜ୍ୟରେ ୟୁରିଆ ସାର ଘୋର ଅଭାବ ଦେଖାଦେଇଥିବା ଆଲୋଚନା ହୋଇଥିଲା । ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବିଧାୟକ ସଭ୍ୟମାନେ ଯଥା ବଦ୍ରିନାରାୟଣ ପାତ୍ର, ମନୋହର ରନ୍ଧାରୀ, ମଞ୍ଜୁଳା ସ୍ୱାଇଁ, ସତ୍ୟନାରାୟଣ ନନ୍ଦ, ନିତ୍ୟାନନ୍ଦ ଗଣ୍ଡ ତଥା ବିଭାଗୀୟ ଅଧିକାରୀମାନେ ଏହି ଆଲୋଚନା ପର୍ଯ୍ୟାଲୋଚନାରେ ସାମିଲ ହୋଇଥିଲେ । ଉପସ୍ଥିତ ଥିବା ସମସ୍ତ ସଭ୍ୟ ଏକ ସ୍ୱରରେ ସାରା ରାଜ୍ୟର ·ଷୀ ଦରକାର ସମୟେ ୟୁରିଆ ସାରର ଅଭାବ ଯୋଗୁଁ କ୍ଷତି ସହୁଥିବା କ୍ଷୋଭର ସହ କହିଥିଲେ । ଅଧ୍ୟକ୍ଷ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ବିଭାଗୀୟ ସଚିବମାନେ ବିଭିନ୍ନ ଗଣମାଧ୍ୟମ ଜରିଆରେ ୟୁରିଆ ସାର ପ୍ରଚୁର ପରିମାଣରେ ଗଚ୍ଛିତ ଅଛି ଏବଂ ·ଷୀ ଯେତେବେଳେ ·ହିଁବେ ସେତେବେଳେ ପର୍ଯ୍ୟାପ୍ତ ପରିମାଣ ୟୁରିଆ ସାର ଯୋଗାଇ ଦେବା ପାଇଁ ବିଭାଗ ବଦ୍ଧପରିକର ଅଛି ବୋଲି ଘୋଷଣା କରୁଛନ୍ତି । କିନ୍ତୁ ପ୍ରକୃତ କ୍ଷେତ୍ରରେ ୟୁରିଆ ସାର ସିଂହଭାଗ ବାଟମାରଣା ହେଉଛିି । ଉଦାହରଣ ସ୍ୱରୁପ କୃଷି ବିଭାଗ ତରଫରୁ ବିଭିନ୍ନ ପଂଚାୟତ ଯଥା ଭୁଣ୍ଡିମୁହାଣ, ବିଡିଘାଟ ଓ ଅର୍ଜୁନପୁର ପଂଚାୟତକୁୁ ୨୦୦ ପ୍ୟାକେଟ ଲେଖାଏଁ ୟୁରିଆ ସାର ଯାଇଛି । କିନ୍ତୁ ସେଠି ପହଂଚିଲା ବେଳକୁ ୧୮୦ ପ୍ୟାକେଟ ପହଂଚୁଛି ଏବଂ ·ଷୀକୁ ଯେତେବେଳେ ବିକ୍ରି ହେଉଛି ମାତ୍ର ୪୦ରୁ ୬୦ ପ୍ୟାକେଟ ସାର ବିକ୍ରି ହୋଇ ବଳକା ସାର ସବୁ କଳାବଜାରୀରେ ବିକ୍ରି ପାଇଁ ବ୍ୟବସାୟୀ ପାଖକୁ ପହଂଚି ଯାଉଛି । ଏଭଳି ଘଟଣା ଓଡିଶାର ପ୍ରାୟତଃ ଅଂଚଳରେ ହେଉଥିବା ବିଧାୟକମାନେ ଅଭିଯୋଗ କରିବା ସହ ·ଷୀ ଯେପରି ଠିକ୍‌ ସମୟରେ ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ସାର ପାଇପାରିବ ତା’ର ବ୍ୟବସ୍ଥା କରିବା ପାଇଁ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅଧ୍ୟକ୍ଷଙ୍କୁ କହିଥିଲେ । ଏ ସମସ୍ତ ଦୁର୍ନୀତିରେ ରାଜ୍ୟସାରା ସାର ହୋଲସେଲର, ପେକ୍ସ, ଲେମ୍ପର ସଂପାଦକ ତଥା ଦୁର୍ନୀତିଖୋର ଅଧିକାରୀମାନେ ସାମିଲ ଥିବାରୁ ଏହାର ଅନୁସନ୍ଧାନ କରି ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗକୁ ଏହାର ଅନୁସନ୍ଧାନ କରିବାକୁ ଗୃହ କମିଟି ସର୍ବ ସମ୍ମତିକ୍ରମେ ସୁପାରିଶ କରିଛି । ରାଜ୍ୟସାରା ଥିବା ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) ଗୁଡିକରେ ହୋଇଥିବା ଦୁର୍ନୀତି ଉପରେ ଉପସ୍ଥିତ ଥିବା ସଭ୍ୟମାନେ ଜୋରଦାର ଆଲୋଚନା କରିଥିଲେ । ଅନେକ ମାସ ହେଲା ଗୃହ କମିଟି ସୁପାରିଶ କରିଥିବା ସ୍ୱତନ୍ତ୍ର ଅଡିଟ୍‌ ରିପୋର୍ଟ କାହିଁକି ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ ବୋଲି ଅଧ୍ୟକ୍ଷ ନରସିଂହ ମିଶ୍ର ଓ ସଦସ୍ୟ ବଦ୍ରିନାରାୟଣ ପାତ୍ର ରାଜ୍ୟ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଶ୍ନ ପ·ରି ବୁଝିଥିଲେ । ଡିସିସିବି ଗୁଡିକରେ କାମ କରୁଥିବା ଅଧିକାରୀ ତଥା ଏହାର ପରି·ଳନା କମିଟି ଅନେକ ଦୁର୍ନୀତି କରିଥିବା ଆଲୋଚନା ହୋଇଥିଲା । ଏପରିକି ଦୁର୍ନୀତି କରିଥିବା ପରି·ଳନା କମିଟିର ସମୟସୀମା ସରିଯାଇଥିଲେ ହେଁ ତାଙ୍କ ଅର୍ଥନୈତିକ କାରୋବାରର ଅନୁସନ୍ଧାନ ପାଇଁ ସ୍ୱତନ୍ତ୍ର ଅଡିଟ୍‌ ରିପୋର୍ଟ ଆଜି ପର୍ଯ୍ୟନ୍ତ ଦିଆ ନ ଯିବା ବହୁତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଅଧ୍ୟକ୍ଷ ନରସିଂହ ମିଶ୍ର ବଲାଙ୍ଗିର ଡିସିସିବି, ଜରାସିଂହା ବ୍ରାଂଚର ସ୍ୱତନ୍ତ୍ର ଅଡିଟ ରିପୋର୍ଟ ୭ ଦିନ ଭିତରେ ଏବଂ କେଉଁଝର ଡିସିସିବିର ସ୍ୱତନ୍ତ୍ର ଅଡିଟ୍‌ ରିପୋର୍ଟ ୧୫ ଦିନ ଭିତରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ସମୟରେ ଧାନ କିଣା ଦୁର୍ନୀତି, ପେକ୍ସ ଗୁଡିକରେ ଭିତ୍ତିଭୂମି ନିର୍ମାଣ, ଜିଲ୍ଲା ଖାଉଟି କଲ୍ୟାଣ ସମିତି ବୈଠକ, ରାଜ୍ୟ ଖାଉଟି କଲ୍ୟାଣ କମିଟି ଗଠନ କରି ବୈଠକ କରିବା, ଧାନ କିଣିବା ସମୟସୀମା ବୃଦ୍ଧି, ·ଷୀ ରେଜିଷ୍ଟେସନ ସମୟସୀମା ବୃଦ୍ଧି ଉପରେ ମଧ୍ୟ ଗୃହର ଅଧ୍ୟକ୍ଷ ·ଷୀମାନଙ୍କ ସପକ୍ଷରେ ସୁପାରିଶ କରିଥିଲେ । ଜଙ୍ଗଲ ଜମିରେ ·ଷ କରୁଥିବା ·ଷୀମାନଙ୍କ ମଧ୍ୟ ଧାନ କିଣିବା ପାଇଁ ·ଷୀ ରେଜିଷ୍ଟେସନ କରିବାରେ କୋ÷÷ଣସି ବାଧକ ସୃଷ୍ଟି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜିର ବୈଠକରେ ମାନ୍ୟବର ବିଧାୟକମାନଙ୍କ ବ୍ୟତୀତ କୃଷି ଓ ସମବାୟ ବିଭାଗ, ଖାଉଟି ଓ ଯୋଗାଣ ବିଭାଗ, ବିଧାନସଭା ସଚିବଙ୍କ ସମେତ ଗୃହ କମିଟି ୬ ସମ୍ବନ୍ଧୀୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟକ୍ଷ ନରସିଂହ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ବୈଠକ ସମାପ୍ତ କରିଥିଲେ ।

Leave A Reply

Your email address will not be published.