pakka

ପ୍ରଗତି ଉତ୍କଳ ସଂଘର ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜିକ ପ୍ରତିବଦ୍ଧତା ଯୋଗୁଁ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ସେକ୍ଟର ୬ ଜଗନ୍ନାଥ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଜୟ କୁମାର ନାୟକ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ସାଧାରଣ ସଂପାଦକ ରାଧାମୋହନ ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି ଶିବିରରେ ସମାଜସେବୀ ତଥା ଡାକ୍ତର ଜ୍ଞାନରଂଜନ ଗିରି, ଡାକ୍ତର ସୁରଥ ନାଥ ଜ୍ୟୋତିଷୀ ଓ ଡାକ୍ତର ସାମର୍ଥ ମିଶ୍ର ଯୋଗଦେଇ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ଶତାଧିକ ଜନସାଧାରଣ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସେମାନଙ୍କୁ ମାଗଣା ଔଷଧ ବିତରଣ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହି ଶିବିର ପରିଚାଳନାରେ ସଂଘର ସର୍ବଶ୍ରୀ ଘନଶ୍ୟାମ ଧଳ, ଅରବିନ୍ଦ ପାତ୍ର, ଅଶୋକ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପଟ୍ଟନାୟକ, ଇନ୍ଦ୍ରମଣୀ ମହାପାତ୍ର, ରଶ୍ମି ସାହୁ, ସ୍ମିତା ମିଶ୍ର, ସତ୍ୟନାରାୟଣ ଦାଶ, ବ୍ରଜକିଶୋର ମହାନ୍ତି, ନୀଳମଣି ବାଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

ten − 3 =