ନାବାର୍ଡ ସହାୟତାରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ପକ୍ଷରୁ ଘଣ୍ଟାପଡା ପଞ୍ଚାୟତ କୋଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାବାର୍ଡ ସହାୟତାରେ ମା’ ସୁଭଦ୍ରା ଉତ୍ପାଦକ ଗୋଷ୍ଠୀ କୋଡିବାହାଲର ମାଁ ମାନଙ୍କୁ ନେଇ ସ୍ୱଚ୍ଛତା ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୫୦ଜଣ ସଭ୍ୟସଭ୍ୟା ଅଂଶଗ୍ରହଣ କରିଥିଲେ । କଣ୍ଟାମାଳ ବ୍ଲକ କୋଡିନେଟର ପୂର୍ଣ୍ଣଚନ୍ଦ୍ର ଖଟୁଆ ସ୍ବାଗତ ଜଣାଇ କାର୍ୟ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ କିର୍ୟ୍ୟକ୍ରମରେ ମୁଖ୍ୟତଃ ସ୍ୱଚ୍ଛତା, ପରିଚ୍ଛନ୍ନତା ସହିତ ପାଇଖାନା ବ୍ୟବହାର କରିବା ଉପରେ ଆଲୋଚନା ହୋଇଥିଲା । ପାଇଖାନା ବ୍ୟବହାରର ଉପକାରିତା ଏବଂ ବାହାରେ ମଳ ତ୍ୟାଗ କରିବାର ଅପକାରିତା ଉପରେ ଅଜିତ ବସ୍ତିଆ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ହାତକୁ ବାରମ୍ବାର ସାବୁନରେ ଧୋଇବା, ସାମାଜିକ ଦୂରତ୍ବ ବଜାୟ ରଖିବା, ମାକ୍ସ ବ୍ୟବହାର କରିବା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା । ଶେଷରେ ଅଂଶଗ୍ରହଣକାରୀ ସଦସ୍ୟା ମାନଙ୍କୁ ନେଇ ହାତଧୂଆ ଡେମୋଟ୍ରେସନ କରାଯାଇଥିଲା । କ୍ଲଷ୍ଟର କୋଡିନେଟର ଏକାଦଶୀ ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.