csstore

ସ୍ୱର୍ଗତ ରମେଶ ଚନ୍ଦ୍ର ଗୁରୁଙ୍କ ସମ୍ପୂର୍ଣ୍ଣ ଜମା ପୁଞ୍ଜି ଦୁଇ ଲକ୍ଷ ଟଙ୍କା ଦାନ

ବରଗଡ, (ନିରୋଜ କୁମାର ପାଣୀ) : ବିଶିଷ୍ଟ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ରମେଶ ଚନ୍ଦ୍ର ଗୁରୁଙ୍କ ସମ୍ପୂର୍ଣ୍ଣ ଜମା ପୁଞ୍ଜି ଦୁଇ ଲକ୍ଷ ଟଙ୍କାକୁ ତାଙ୍କ ଭଣଜା କିଶୋର ପଣ୍ଡା ଦାନ କରିଛନ୍ତି । ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଛାତ୍ରୀ ରୋଶନୀ ରାଉତଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଛି । ବିଶିଷ୍ଟ ସଂଗ୍ରାମୀ ଜନସାଥୀ ଲେଙ୍ଗୁ ମିଶ୍ରଙ୍କ ପତ୍ନୀ ଯଶୋଦା ମିଶ୍ର ଚେକ୍ ପ୍ରଦାନ କରିଥିବା ବେଳେ ସମାଜସେବୀ ଗୀତା ମିଶ୍ର ଉପଢୌକନ ଦେଇ ଏବଂ ବରଗଡ ମହିଳା ସମିତିର ସଭାନେତ୍ରୀ ରାଧାରାଣୀ ମିଶ୍ର ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ବରଗଡ଼ ଜିଲ୍ଲା ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ, ବରଗଡ଼ ମହିଳା ସମିତିର ମମତା ମିଶ୍ର, ସନ୍ଧ୍ୟାରାଣୀ ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମିଶ୍ର, ବିଜୟ କୁମାର ମିଶ୍ର, ସନ୍ତୋଷ ରାଉତ, ସରୋଜ ପୁଝାରୀ, ନନ୍ଦ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ସମାଜରେ ଝିଅମାନଙ୍କୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବାକୁ ନଦେବା ପାଇଁ ଏହା ଏକ ଅନନ୍ୟ ପ୍ରେରଣାଦାୟୀ ଉଦାହରଣ ହୋଇ ରହିବ ବୋଲି ସମସ୍ତେ ମତପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.