pakka

ସୋଆ-ଆରଏସବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

bbehera

ଭୁବନେଶ୍ୱର : ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ପାଇଁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ପାଇଁ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ(ଆଇ) ଲିମିଟେଡ୍‌ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି । ପ୍ରୋସେସ୍‌ ସିମୁଲେସନ୍ସ, ନ୍ୟୁମରିକାଲ୍‌ ମଡେଲିଂ, ଅପ୍‌ଟିମାଇଜେସନ୍‌ ଅଫ ଟେକ୍‌ନିକ୍ସ ଭଳି ବିଭିନ୍ନ ବୈଜ୍ଞାନିକ ପଦ୍ଧତିକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସୋଆର ପ୍ରୋ-ଭାଇସ୍‌ ଚାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆରଏସ୍‌ବି ଟ୍ରାନ୍ସମିସନ୍ସ ଲିମିଟେଡ୍‌ ପକ୍ଷରୁ ନିର୍ଦ୍ଦେଶକ ଡ. ଓମ୍‌କାର ନାଥ ମହାନ୍ତି ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

jay balangir
Leave A Reply

Your email address will not be published.

seven + nineteen =