oom

କୃଷକ ସଂଗଠନ ଦ୍ୱାରା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ସ୍ୱାଗତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୯ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପାଇବା ଆଶାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧୀନସ୍ଥ ଭେଙ୍ଗରାଜପୁର, ଲଖମରା, ବାଦିକଟା ଆଦି ତିନୋଟି ପଞ୍ଚାୟତର ଚାଷୀ ହତାଶ ଓ ନିରାଶ ହୋଇଥିଲେ । କୃଷକ ସଂଗଠନ ମାଧ୍ୟମରେ ଓ ବିଭିନ୍ନ ରାଜନୈତିକ ଦଳର ସହଯୋଗରେ ଅନେକ ଥର ରାସ୍ତାରୋକ, ଉପ ଜିଲ୍ଲାପାଳ କାର୍ୟ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ । ବତ୍ତର୍ମାନର ଶାସକ ଦଳ ଓଡିଶା କୃଷି କାନ୍ଧରେ ବନ୍ଧୁକ ରଖି ନିର୍ବାଚନୀ ବୈତରଣୀ ପାରି ହୋଇଥିଲା । କିନ୍ତୁ ଦୁଃଖର ବିଷୟ ଏହି ତିନୋଟି ପଞ୍ଚାୟତର କୃଷକମାନଙ୍କ ପାଇଁ ଆଖି ଖୋଲୁ ନ ଥିଲା । ଗତ ମାସ ୨୭ ତାରିଖରେ ତିନୋଟି ପଞ୍ଚାୟତର ଚାଷୀ ଏକତ୍ରିତ ହୋଇ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା -୨୦୧୯ ବର୍ଷ ପାଇଁ ଆଲୋଚନା କରିବାର ନିଷ୍ପତ୍ତି ନେଇ ସିଧା ସଳଖ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତଙ୍କପାଖରେ ପହଞ୍ଚି ଥିଲେ । ଶ୍ରୀ ପୁରୋହିତ ବୀମା କମ୍ପାନୀର ଅଧିକାରୀ ଓ କୃଷି ବିଭାଗର ସଚିବ ଓ କେନ୍ଦ୍ର ମନ୍ତ୍ରୀମାନଙ୍କୁ ସହ ଫୋନ ମାଧ୍ୟମରେ ଅବଗତ କରିଥିଲେ । ପରିଶେଷରେ ତିନୋଟି ପଞ୍ଚାୟତର ଚାଷୀଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ପହଞ୍ଚି ଥିଲେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ ଆଲୋଚନା କରିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ କୃଷି ଭବନରେ ସାକ୍ଷାତ କରି ଫସଲ ବୀମା ରାଶି ଯୋଗାଇ ଦେବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଗତ ୯ ତାରିଖରେ ଦିଲ୍ଲୀ ପହଞ୍ଚିଥିଲେ ଏବଂ ଗତ ୧୨ ତାରିଖରେ କେନ୍ଦ୍ର ସରକାର ମନ୍ତ୍ରୀଙ୍କ ଠାରୁ ବୀମା ରାଶି ଯୋଗାଇ ଦେବା ପାଇଁ ଓଡିଶା ବୀମା କମ୍ପାନୀ ପାଖକୁ ନିର୍ଦ୍ଦେଶ ପତ୍ର ପହଞ୍ଚି ଯାଇଅଛି । ଏଠିକାର କୃଷକମାନଙ୍କର ସହିତ ପ୍ରତି ମୁହୁର୍ତ୍ତରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସୁଖ ଦୁଃଖରେ ଜଡିତ ଥିବା ସହ କୃଷକଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆନ୍ଦୋଳନ, ଆମରଣ ଅନଶନ ଏବଂ ଦିଲ୍ଲୀ ଦରବାରରେ ପହଞ୍ଚାଇ କୃଷକଙ୍କ ହକ୍ ଅଧିକାର ଯୋଗାଇ ପାରି ଥିବାରୁ ଭେଙ୍ଗରାଜପୁର ଜୟ କିଶାନ କୃଷକ ସଙ୍ଗଠନ ତରଫରୁ ସଂଗଠନ ସଂପାଦକ ଉମାକାନ୍ତ ଶତପଥୀ, ବାଜିବନ ନାୟକ, ପୀତବାସ ସାହୁ, ମହେଶ ମିଶ୍ର, ବକ୍ର ସାହୁଙ୍କ ସମେତ କୃଷକ ଆସି ପୂର୍ବତନ ବିଧାୟକ ଶ୍ରୀ ପୁରୋହିତଙ୍କୁ ଶୀତ ବସ୍ତ୍ରରେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

jittmm
Leave A Reply

Your email address will not be published.