- ପ୍ରଶିକ୍ଷଣ ନେଇ ବିଦ୍ୟାଳୟରେ ପ୍ରୟୋଗ କରିବା ହିଁ ପ୍ରକୃତ ଶିକ୍ଷଣ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ରାଧାକାନ୍ତ ବିଦ୍ୟାପୀଠରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଚାଲିଥିବା ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ଏବିଇଓ ଲକ୍ଷ୍ମଣ ପ୍ରଧାନ ଯୋଗଦେଇ ସୁସ୍ଥ ମାନସିକତା ଓ ସୁଶିକ୍ଷାର ବିକାଶ ଉପରେ ଗୁରୁତ୍ୱାରୋପ କରି ପ୍ରଶିକ୍ଷଣ ନେଇ ବିଦ୍ୟାଳୟରେ ପ୍ରୟୋଗ କଲେ ତାର ପ୍ରକୃତ ମୂଲ୍ୟ ରହିବ ବୋଲି ମତବ୍ୟକ୍ତ କରିଛନ୍ତି । ନିକଟରେ ନିୟୋଜିତ ହୋଇ ପ୍ରଥମ କରି ପ୍ରଶିକ୍ଷଣ ନେବାକୁ ଆସିଥିବା କନିଷ୍ଠ ଶିକ୍ଷକ ପ୍ରୀତମ ମହାପାତ୍ର, ଶିକ୍ଷୟିତ୍ରୀ ରୋଜାଲିନ ମହାରଣା, ଜୟଶ୍ରୀ ପଟ୍ଟନାୟକଙ୍କୁ ଶିବିରରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଏବିଇଓ ଲକ୍ଷ୍ମଣ ପ୍ରଧାନ, ସିଆର୍ସିସି ପବିତ୍ର ପଣ୍ଡା, ପ୍ରଶିକ୍ଷକ ଦିଗମ୍ବର ରଥ, ରବିନ୍ଦ୍ର ନାୟକ, ସୂର୍ଯ୍ୟକାନ୍ତ ନାୟକ, ପ୍ରଦୀପ ପଣ୍ଡା, ବରିଷ୍ଠ ଶିକ୍ଷକ ସନ୍ତୋଷ ମିଶ୍ର ପ୍ରମୁଖଙ୍କ ସହ ୩୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିବିରରେ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ତିନି ଦିନିଆ ଶିବିରରେ ସହଶୈକ୍ଷିକ କାର୍ଯ୍ୟକ୍ରମର ଅଗ୍ରଗତି ନିମନ୍ତେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଗୃହ ଗଠନ, ଅନ୍ତର୍ନିବେଶୀ ଶିକ୍ଷା, ସୁମନୋବୃତ୍ତିର ବିକାଶ, ନାସ୍, ଡିଜିଟାଲ ସାଇବର ଠକେଇ ଠାରୁ ଦୂରେଇ ରହିବାର ଉପାୟ, ୟୁଡାଇସି ଓ ଅପାର, ବିଦ୍ୟାଳୟ ନିରାପତ୍ତା, ପାଠ ଯୋଜନା ଆଦି ସମ୍ପର୍କରେ ପ୍ରଶିକ୍ଷକମାନେ ନିଜସ୍ୱ ଉଦାହରଣ ଦେଇ ସୁନ୍ଦର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ମିଶ୍ର, ଏକାଦଶୀ ପ୍ରଧାନ, ସୌମ୍ୟରଞ୍ଜନ ବେହେରା ବିବରଣୀ ଓ ପ୍ରାଚୀର ପତ୍ର ଉପସ୍ଥାପନ କରିଥିଲେ । ଶିକ୍ଷକ ରବିନ୍ଦ୍ର ନାଥ ବେହେରା, ଦେବେନ୍ଦ୍ର ବେହେରା, କେଦାର ବେହେରା, ଏକାଦଶୀ ପ୍ରଧାନ, ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ଉର୍ବଶୀ ପ୍ରଧାନ ଅନନ୍ୟ ଅଭିନୟ ମାଧ୍ୟମରେ ଶିକ୍ଷଣ କାର୍ଯ୍ୟ ଉପସ୍ଥାପନ କରି ଚମତ୍କୃତ କରିଥିଲେ । ଆଲୋଚନାରେ ଶିକ୍ଷକ ଅଭୟ ଚରଣ ସାହୁ, ଟିକେଇ ଦଳାଇ, ମନୋରଞ୍ଜନ ଜେନା, ଲିଙ୍ଗରାଜ ବାରିକ, କୃଷ୍ଣଚନ୍ଦ୍ର ନାୟକ, ବିଶ୍ୱନାଥ ପ୍ରଧାନ, ବଳରାମ ନାୟକ, ବ୍ରହ୍ମାନନ୍ଦ ମଲ୍ଲିକ, ବିନୟ ପ୍ରଧାନ, ପ୍ରକାଶ ପରିଡ଼ା, ପ୍ରସାଦିନୀ ପରିଡ଼ା, ସୁନିତା ମହାନ୍ତି, କଳ୍ପନା ପ୍ରଧାନ ଓ ଅନ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ସନ୍ତୋଷ ମିଶ୍ର ଓ ଅଭୟ ଚରଣ ସାହୁ ପ୍ରଶିକ୍ଷଣର ସାରାଂଶ ଓ ନିର୍ଯ୍ୟାସ ଉପସ୍ଥାପନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ କବିତା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି ସରକାରୀ ବାଳିକା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗ ପରିସରରେ ପ୍ରଶିକ୍ଷକ ସୁରେନ୍ଦ୍ର ନାୟକ, ପବିତ୍ର ମୋହନ ଜେନା, ସୁଧାଂଶୁବାଳା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ରାଧାକାନ୍ତ ବିଦ୍ୟାପୀଠର ପ୍ରଧାନ ଶିକ୍ଷକଙ୍କ ଭଳି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ଵାଳ ମଧ୍ୟ ସବୁ ପ୍ରକାର ସହଯୋଗ କରିଥିଲେ ।