ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧିକୁ ହିନ୍ଦ୍‌ ମଜଦୁର ସଭାର ସ୍ୱାଗତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନିକଟରେ ରାଜ୍ୟ ସରକାର ଆଉଟସୋର୍ସିଂ ଭାବେ ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି ଘୋଷଣାକୁ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ପକ୍ଷରୁ ସ୍ୱାଗତ କରାଯାଇଛି । ଏନେଇ ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ଭିସ ପ୍ରୋଭାଇଡର ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିବାରୁ ଏଚ୍‌ଏମ୍‌ଏସ୍‌ ରାଜ୍ୟ ଉପସଭାପତି ରବି ରଥ ସ୍ୱାଗତ କରିଛନ୍ତି । ଏହାଦ୍ୱାରା ରାଜ୍ୟରେ କାର୍ଯ୍ୟରତ ପ୍ରାୟ ଅଢେ଼ଇ ଲକ୍ଷ ଆଉଟସୋର୍ସିଂ କର୍ମଚାରୀ ଉପକୃତ ହେବେ ବୋଲି ଶ୍ରୀ ରଥ କହିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ, ସ୍ୱଳ୍ପ ପାରିଶ୍ରମିକରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସର୍ବନିମ୍ନ ମଜୁରୀ ୨୫ ହଜାର ଟଙ୍କା ପ୍ରଦାନ ପାଇଁ ଏଚ୍‌ଏମ୍‌ଏସ୍‌ ପକ୍ଷରୁ ଦାବି କରାଯାଇଆସୁଛି । ଆଗାମୀ ଦିନରେ ଅଧିକ ପାରିଶ୍ରମିକ ବୃଦ୍ଧି କରିବାକୁ ଏଚ୍‌ଏମ୍‌ଏସ୍‌ ପକ୍ଷରୁ ଦାବି ହେଉଛି ।

Leave A Reply

Your email address will not be published.

seven + 16 =