
ଜୟପାଟଣା, (ଶେଷଦେବ ବେହେରା) : ଭାରତୀୟ ଜନତା ଯୁବମୋର୍ଚ୍ଚା କଳାହାଣ୍ଡି ଜିଲ୍ଳା ପାଇଁ ଅବିନାଶ ନନ୍ଦଙ୍କୁ ନୂତନ ଜିଲ୍ଳା ସଭାପତି ଭାବରେ ଘୋଷଣା ହେବା ପରେ ସମଗ୍ର ଜିଲ୍ଲାରେ ଯୁବ ସଂଗଠନ ଏକ ନୂଆ ରୂପ ନେବ ବୋଲି ଆଲୋଚନା ହେଉଛି । ଜୟପାଟଣା ମାଟିରେ ଜନ୍ମ ଲାଭକରି ନିଜସ୍ଵ ସାଧନା ବଳରେ ଏକ ସଂଗଠକର ଜୀବନ ଯାତ୍ରା ସାଙ୍ଗକୁ ଭାରତୀୟ ଜନତା ପାର୍ଟିରେ ଯୋଗଦାନ ସହିତ ଗତ ପାଞ୍ଚବର୍ଷ ଧରି ଭାରତୀୟ ଜନତା ଯୁବମୋର୍ଚ୍ଚାର ବିଭିନ୍ନ ପଦବୀରେ କାର୍ଯ୍ୟନିର୍ବାହ କରି ଆସୁଥିଲେ । ଶ୍ରୀ ନନ୍ଦଙ୍କୁ ଯୁବମୋର୍ଚ୍ଚାର କଳାହାଣ୍ଡି ଜିଲ୍ଳା ସଭାପତି ଘୋଷଣାକୁ ନିଜ ଜନ୍ମ ମାଟିରେ ଭବ୍ୟ ସ୍ୱାଗତ ଦିଆଯିବା ସହିତ ଏକ ବଳିଷ୍ଠ ଯୁବ ସଂଗଠନ ପାଇଁ ସମସ୍ତେ ଆଶାବାଦୀ ଥିବା ସୂଚନା ମିଳିଛି । ଅବିନାଶ ଛାତ୍ର ଜୀବନରୁ ଜଣେ ସୁବକ୍ତା ଓ ଛାତ୍ର ସଂଗଠକ ଭାବରେ ନିଜର ପରିଚୟ ରଖି ଆସିଥିଲେ ।