csstore

ଟୁର୍ଚ୍ଚିରେ ପ୍ଲାଷ୍ଟିକମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଟୁର୍ଚ୍ଚି ଗ୍ରାମଠାରେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ ଆୟୋଜିତ ହୋଇଯାଇଛି ଟୁର୍ଚ୍ଚିର ଉତ୍କଳ ସାଂସ୍କୃତିକ ଯୁବ ଅନୁଷ୍ଠାନର ସହଯୋଗରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ସ୍ବଛ ଭାରତ ଅଭିଯାନ ଉଦଘାଟନୀ ଉତ୍ସବରେ ମ. ରାମପୁର ବ୍ଲକର ଯୁବ ସ୍ବେଚ୍ଛାସେବୀ ବିକାଶ ସୁନା ଏବଂ ଅମର ସିଂ ଭୋଇଙ୍କ ତତ୍ୱବଧାନରେ ସଚେତନତା ବାର୍ତ୍ତା ଦେବା ସହ ଅଭିଯାନର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ଉପସ୍ଥିତ ଯୁବକଙ୍କୁ ସ୍ଵଚ୍ଛତା ଶପଥ ପାଠ କରିଥିଲେ । ନେହେରୁ ଯୁବ କେନ୍ଦ୍ର ମ.ରାମପୁର ବ୍ଲକ୍ ଯୁବ ସଂଯୋଜକ ବିକାଶ ସୁନା ସ୍ଥାନର ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏଥିରେ ସାଂସ୍କୃତିକ ଯୁବ ଅନୁଷ୍ଠାନର ସଭାପତି ଯଶୋବନ୍ତ ସାହୁ ଓ ସମ୍ପାଦକ ମନୋଜ କୁମାର ସାହୁଙ୍କ ସହିତ ସମସ୍ତ ସଭ୍ୟ ଯୋଗଦାନ ଦେଇ ଉକ୍ତ ସ୍ୱଚ୍ଛତା ଅଭିଯାନକୁ ସଫଳ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.