ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସୁସ୍ଥ ଦୌଡ଼ ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସୁସ୍ଥ ଦୌଡ଼ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ଅଧିକାରୀ ନରସିଂହା କୁମାରଙ୍କ ସହ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ସଂଯୋଜକ ଡ. ଶ୍ରୀକର ମିଶ୍ର, ପ୍ରଭାସ ପାଣିଗ୍ରାହୀ, ବିଷ୍ଣୁପ୍ରସାଦ କେଡ଼ିଆ, ଇଲେଭେନ୍‌ ଓଡ଼ିଶା ଏନ୍‌ସିସି କମାଣ୍ଡେଣ୍ଟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢେ଼ଇ, ଆଇପିଇ ଜ୍ୟୋତିପ୍ରକାଶ ପରିଡ଼ା, ପ୍ରଫେସର ପ୍ରମୋଦ ବାଗ ପ୍ରମୁଖ ଅତିଥିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ବର୍ଷବ୍ୟାପୀ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କୋଭିଡ଼ କଟକଣା ଯୋଗୁଁ ସୀମିତ ସଂଖ୍ୟକ ଯୁବକ ଯୁବତୀଙ୍କୁ ନେଇ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ସୁସ୍ଥ ଦୌଡ଼ ସକାଳ ୮ଟାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦ୍ୱାରା ସାରା ଭାରତରେ ସୁସ୍ଥତା ପାଇଁ ଏକ ଆନ୍ଦୋଳନ ସୃଷ୍ଟି ହୋଇପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି । ସୂଚନା ଯୋଗ୍ୟ ଯେ, ସାରା ଜିଲ୍ଲାର ୭୫ ଟି ଗ୍ରାମରେ ଏହି ସୁସ୍ଥ ଦୌଡ଼ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.