csstore

ବ୍ଲକ ସ୍ତରୀୟ ଶିଶୁ ମହୋଉତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲାର କୋଷାଗୁମଡା ବ୍ଲକରେ ବ୍ଲକ ସ୍ତରୀୟ ଶିଶୁ ମହୋଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ମାଝୀଗୁଡାଠାରେ ଅନୁଷ୍ଠିତ ହୋଇଯାଇଛି । କୋରନା କଟକଣାକୁ ଦୃଷ୍ଟିରେ ରଖି ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୀତ, ନାଚ, ପ୍ରବନ୍ଧଲିଖନ, ଚିତ୍ରାଙ୍କନ, ବାକୃକ୍ତା ପ୍ରଦାନ, ଡିଭେଟ୍ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସୁରଭି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଇଓ ବିରେନ୍ଦ୍ର ପାଢ଼ୀ, ଏବିଇଓ ଦିଗାମ୍ବର ହରିଜନ, ସିଆର୍‌ସିସି ରବିନ୍ଦ୍ର ମହାରଣା, ସୁନିଲ ପଟ୍ଟନାୟକ, ପ୍ରମୋଦ କୁମାର ପଟ୍ଟନାୟକ, ରମାକାନ୍ତ ବିଷୋୟୀ, ଲକ୍ଷ୍ମଣ କୁମାର ସେଠୀ, ପ୍ରଶାନ୍ତ ନାୟକ, ବାବେନ୍ଦ୍ର ନାୟକ, ମୋନଜ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚଳନା କରିଥିଲେ ।

jayashree
Leave A Reply

Your email address will not be published.