ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ପଂଚାୟତ ସମିତି ଅଧ୍ୟକ୍ଷା ଅହଲ୍ୟା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶରେ ଶିଶୁ ମହୋତ୍ସବ ସୁରଭିର ଭୂମିକାକୁ ପ୍ରସଂଶା କରିଥିଲେ । ଉପାଧ୍ୟକ୍ଷ ମକରଧ୍ୱଜ ସାହୁ, ଥାନାଧିକାରୀ ରୋଜାଲିନ ପଟେଲ, ଅଗ୍ନିଶମ ଅଧିକାରୀ ପଉଲୁସ କୁଜୁର, ଅତିରିକ୍ତ ଶିକ୍ଷାଧିକାରୀ ଗଞ୍ଜାଲୁ ମିର୍ଦ୍ଧା, ସହ ଶିକ୍ଷାଧିକାରୀ ଜଗତ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଖାଦ୍ୟ ପାନୀୟର ସୁ-ବ୍ୟବସ୍ଥା ସହ ତର୍କ, ବକ୍ତୃତା, ପ୍ରବନ୍ଧ ଲିଖନ, ସୃଜନଶୀଳ ଲିଖନ, ଦେଶାତ୍ମବୋଧକ ସଂଗୀତ, କୁଇଜ, ଚିତ୍ରାଙ୍କନ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଆ ଶୃତଲିଖନ ଓ ହସ୍ତାକ୍ଷର ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା । ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟ ଅତିଥି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ କୁମାର ବାରା, ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ମିଶ୍ର, ସାଂସଦ ପ୍ରତିନିଧି ହେମନ୍ତ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ଅଶୋକ କୁମାର ପୂଜାହାରୀ ମୁଖ୍ୟ ବକ୍ତାଭାବେ ଯୋଗଦେଇ ସୁରଭି ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ସୌରଭ ବିତରଣ କରେ ବୋଲି କହିଥିଲେ । ଶିକ୍ଷକ ମୁରାରୀ ରଥ, ଦିଲୀପ ପଧାନ, ସୁଧୀର ଗଡ଼ତିଆ, ଅବିନାଶ ମହାପାତ୍ର, ପ୍ରତିମା ପଣ୍ଡା, ଅନୁପ୍ରିୟା ମିଶ୍ର, ସଭା ପରିଚାଳନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଡ଼. ସୁବାସ ପାତ୍ର, ଭିକାରି ପଧାନ, ସୁରେଶ ପଧାନ, ଡିଲେ ସାହୁ, ଡାକ୍ତର ବାରିକ, ଅନିରୁଦ୍ଧ ପଧାନ, ଅଶ୍ୱିନୀ ଦାଶ, ନରେନ୍ଦ୍ର ସାହୁ, ପ୍ରମୋଦ ପଧାନ, ମିତ୍ରଭାନୁ ପଧାନ, ଜୟକୃଷ୍ଣ ପଧାନ, ବୈଶାଖୁ ପଧାନ, ଗରୁଡ଼ଧ୍ୱଜ ବାରିକ, ମନବୋଧ ପଧାନ, ପ୍ରାଣବନ୍ଧୁ ହୋତା, ସନ୍ତୋଷ ଗଅନ୍ତିଆ, ରେଖାରାମ ବାଗ, ସୁବାସ ଥଇତ, ଦଳ ପଧାନ, ଧ୍ରୁବରାଜ ତ୍ରିପାଠୀ, ଅନୁପ ଗଡ଼ନାୟକ, କଳାକାର ରାଜ ମାଝୀ, ପଞ୍ଚମୀ ମାଝୀ, ପ୍ରମୋଦ ବଗର୍ତ୍ତୀ, ହୃଦାନନ୍ଦ ମହାନନ୍ଦ, କମଳ ନନ୍ଦ, ଦିନବନ୍ଧୁ ଶିକା ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ । ସିଆର୍ସିସି ରମେଶ ଭୋଇ, ସୁଧାଂଶୁ ସାହୁ, ସୁରେଶ ନାୟକ, ନୀଳକଣ୍ଠ ନାଏକ, ପ୍ରବୀର ଭୋଇ, ରଞ୍ଜନ ଦାସ, ଶୁଭଲାଲ ସାହୁ, ରାଧେଶ୍ୟାମ ରଥ, ସୁରେନ୍ଦ୍ର ରଥ, ସୌରଭ ସାହୁ, ସୁନୀଲ ସେଟ, ପ୍ରଦୀପ୍ତ କିଶୋର ଦାଶ, ଚିତ୍ତରଞ୍ଜନ ଠାକୁର, ନରେନ୍ଦ୍ର ପୁରୋହିତ, ଶିକ୍ଷକ ସୁରେଶ ପୂଜାରୀ, ଧର୍ମେନ୍ଦ୍ର ହରିପାଳ, ନରେଶ ଭୋଇ, ଆନନ୍ଦ ପଧାନ, ଅଶ୍ୱିନୀ ପଧାନ, ସଂକୀର୍ତନ ଭୋଇ, ଅନିଲ ଅଗ୍ରୱାଲ, ହେମସାଗର ଗଡ଼ତିଆ, ଯୋଗାନନ୍ଦ ପଧାନ, କୃପାସିନ୍ଧୁ ନାଏକ, ଶ୍ରୀବତ୍ସ ପାଣ୍ଡେ, ଫକୀରମୋହନ ସା, ରବୀନ୍ଦ୍ର ଯୁଆଡ଼ି, ଶିଶିର ପଧାନ, ବ୍ୟାସଦେବ ଭୋଇ, କିଶୋର ବହିଦାର, ହରେକୃଷ୍ଣ ଭୋଇ, ସହଦେବ ଭୁଏ, ନାରାୟଣ ମେହେର, ବିଶ୍ଵାମିତ୍ର ଭୁଏ, ସହଦେବ ମେହେର, ଅରୁଣା ମେହେର, ସାରଥୀ ଭୋଇନା, ଶିକ୍ଷୟିତ୍ରୀ ମିନା ପଧାନ, କଳ୍ପନା ନାୟକ, ମିନାକ୍ଷୀ ସାହୁ, ବିଥିକା ଭୋଇ, ଦେବକୀ ବାଗ, ସସ୍ମିତା ପାତ୍ର, ଲୀଳାବତୀ ମେହେର, ସୋନାଲି ସାହୁ, ସସ୍ମିତା ମେହେର, ରିମା ପଧାନ, ଅମ୍ରିତା ନାଏକ, ଚନ୍ଦ୍ରକାନ୍ତି ପଧାନ, ନିର୍ମଳ ପାତ୍ର, ତିରୁପତି ମେହେର, ବିଭୁତି ପଧାନ, ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଅବିଭାବକ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟ ସଭ୍ୟା ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ସହଯୋଗ କରିଥିଲେ । ଅନ୍ତର୍ନିବେଶୀ ଶିକ୍ଷା ଷ୍ଟଲ, ପ୍ରାଥମିକ ଚିକିତ୍ସା ଷ୍ଟଲ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ମାୟାବର୍ହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ, ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵିତୀୟ, ଇଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଶେଷରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରମ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।