ଅସହାୟ ବୃଦ୍ଧାଙ୍କ ଗୁହାରୀ ଶୁଣୁ ନାହିଁ ପ୍ରଶାସନ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବରି ଗାଁର ନିଃସହାୟ ବିଧବା ମହିଳା ମିଥିଲା ନାଗ(୭୦) ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହୋଇ ବି ଭତ୍ତା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ୧୯୯୭ ମସିହାରୁ ତାଙ୍କ ସ୍ୱାମୀ ସୁବାକର ନାଗ ବାତ ଓ ପେଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ପାଇନାହାନ୍ତି ସରକାରୀ ଭତ୍ତା । ସେହିଭଳି ଏହି ଗାଁର ଅସହାୟ ଅହଲ୍ୟା ନାଗ(୬୦), ସାବିତ୍ରୀ ଛତ୍ରିଆ(୭୦) ଓ ସୁରେଖା ଛତ୍ରିଆ(୭୩) ମଧ୍ୟ ସରକାରୀ ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି । ଏମାନଙ୍କ ଅସହାୟତା ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଭତ୍ତା ପ୍ରଦାନ ବ୍ୟବସ୍ଥା କରାଯିବାକୁ ସ୍ଥାନୀୟ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.