
ଡୁଡୁକା, (କେପିଏନ୍ଏସ୍) : ଆଗଲପୁର ବ୍ଲକ ଅଫିସ ପରିସରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରି ସମସ୍ୟାର ସମାଧାନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ନେଇଥିଲେ । ମୋଟ୍ ୧୧୩ଟି ଅଭିଯୋଗ ଶୁଣାଣି କରାଯାଇଥିଲା । ଏସ୍ପି ନିତିନ କୁଶଲକର, ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂହ, ଉପଜିଲ୍ଲାପାଳ କୁମାର ନାଗଭୂଷଣ, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାସ, ବିଡିଓ ଶଙ୍କର କେରକେଟା ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।