pakka

ସୁନାମୁଦି ଗୌନ୍ତିଆଙ୍କ ପରଲୋକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁନାମୁଦି ଗ୍ରାମର ଗୌନ୍ତିଆ ତଥା ପାଟଣାଗଡ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ(୨୦୦୨-୨୦୦୭) ନଟବର ଧରୁଆଙ୍କ ୯୫ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ଶ୍ରୀ ଧରୁଆ ଜଣେ ଆଜୀବନ କଂଗ୍ରେସ କର୍ମୀ, ଭୁଦାନ ଯଜ୍ଞର ସଦସ୍ୟ, ଖଦୀ ପ୍ରଚାର ପ୍ରସାର କମିଟିର ସଭ୍ୟ, ଜିଲ୍ଲା ଗୋଣ୍ଡୱାନ ସମାଜର ଉପଦେଷ୍ଟା ଓ ସୁସଂଗଠକ ତଥା ଆଦିବାସୀ ଓ ହରିଜନମାନଙ୍‌ଙ୍କ ଉନ୍ନତି ସକାଶେ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ସେ ଜୀବନ ସାରା ଖଦୀ ବସ୍ତ୍ର ପରିଧାନ କରୁଥିଲେ । ତାଙ୍କ ବିୟୋଗରେ ସାରା ଅଞ୍ଛଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

nine + sixteen =