csstore

ବଲାଙ୍ଗିର ସହରର ବେଶ୍‌ ଜଣାଶୁଣା ସମାଜସେବୀ ସୁମନ୍ତ ଭୋଇ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବେଶ୍‌ ଜଣାଶୁଣା ରୁଗୁଡ଼ିପଡ଼ା ନିବାସୀ ସମାଜସେବୀ ସୁମନ୍ତ ଭୋଇ(୫୬)ଙ୍କ ଦେହାନ୍ତ ଖବର ଆଜି ସକାଳୁ ସାରା ବଲାଙ୍ଗିର ସହରକୁ ସ୍ତବ୍ଧ କରି ପକାଇଛି । ସୂଚନା ଅନୁସାରେ ରାଜହଂସ ବସ୍‌ର ମାଲିକ ସୁମନ୍ତ ଗତକାଲି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା କୋଶଲୀ ସାହିତ୍ୟ ସାଧକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବେଳେ ବନ୍ଧୁମାନଙ୍କ ସହ ଗତ ରାତି ପ୍ରାୟ ୧୧ଟା ସମୟ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ । ତେବେ ବିଳମ୍ବିତ ରାତିରେ ଘରକୁ ଫେରି ଶୋଇବା ପରେ ରାତି ପ୍ରାୟ ୧୨ଟା ୪୦ରେ ତାଙ୍କର ହୃଦ୍‌ଘାତ ହୋଇଥିଲା ଏବଂ ପ୍ରାୟ ରାତି ୧ଟା ସମୟରେ ତାଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଳି ଯାଇଛି ।

jayashree
Leave A Reply

Your email address will not be published.