oom

ଶୁଖିଲା ସାମଗ୍ରୀ ବଣ୍ଟନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ଅନେକ ଗରିବ ନୀରିହ ଲୋକ ଲକଡାଉନ ଓ ସଟଡାଉନ ଯୋଗୁଁ ଖାଇବା ପାଇଁ ନପାଇ ଡହଲ ବିକଳ ହେଉଛନ୍ତି । ଫଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆଜି ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ନିର୍ଦ୍ଦେଶ କ୍ରମେ ଟାଲ ଗ୍ରାମରେ ଅଶ୍ୱନୀ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ପଦ୍ମପୁର ବିଧାୟକଙ୍କ ସୁପୁତ୍ର ଭୋଜରାଜ ସିଂ ବରିହା, ସମ୍ମାନୀୟ ଅତିଥି ଘେଁସ ଜୋନ ଜିଲ୍ଲାପରିଷଦ ସଭ୍ୟ ଦୟାନିଧି ପଟେଲ, ରାଜକୁମାର ଭୁଏ, ଥବିର ସାହୁ, ପବିତ୍ର ବାଗ, ନବୀନ ସାହୁ, କରମ ସିଂ ବରିହା, ଅମରୁତ ବରିହା, ଶ୍ରବଣ ଗହୀର, ଦୟାନିଧୀ ବରିହା, ନରେଶ ପଧାନ, ରବିନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରିଥିବା ବେଳେ ଏହି ମହାମାରୀ ସମୟରେ ୩୫ ଜଣଙ୍କୁ ଶୁଖିଲା ସାମଗ୍ରୀ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.