csstore

ସୁକନ୍ୟା ଶକ୍ତି ସଙ୍ଗଠନ ପକ୍ଷରୁ ବୈଠକ ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସମରା ଗ୍ରାମରେ ଆଜି ସୁକନ୍ୟା ଶକ୍ତି ସଙ୍ଗଠନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗରିବ ନିରୀହ ଲୋକଙ୍କୁ ମାଗଣାରେ ବିଭିନ୍ନ ସହାୟତ ପ୍ରଦାନ କରୁଥିବା ବେଳେ ରୋଗୀଙ୍କ ଚିକିତ୍ସା ପାଇଁ ମାଗଣାରେ ଆମ୍ବୁଲାନ୍ସର ବ୍ୟବସ୍ଥା ଭଳି ଅନେକ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋଚନା କରାଯାଇଥିଲା । ସୁକନ୍ୟା ସଂଗଠନର ଜିଲ୍ଲା କୋଡ଼ିନେଟର ଚନ୍ଦ୍ର ମଣୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସଭାନେତ୍ରୀ ନିରୁପମା ବାଗ, ସମ୍ପାଦିକା ଅନିତା ମିଶ୍ର, ସୁପରଭାଇଜର ସଙ୍ଗୀତା ସାହୁ, ଦୀପାଞ୍ଜଳି ବାରିକ, ସବିତା ଦୀପ, ରଶ୍ମିତା ମଲ୍ଲିକ, ଜାହ୍ନବୀ ସାହୁ, ଇପ୍ସା ମଲ୍ଲିକ, ରେଣୁକା ମଲ୍ଲିକ, ଜାହ୍ନବୀ ବାଗ, ଲୋଚନା ମାଝୀ, ଗିତାଞ୍ଜଳୀ ବେହେରା, ନିବେଦିତା ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.