oom

ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକାଶ ବାହନ”ର ଶୁଭାରମ୍ଭ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଓଡ଼ିଶାରେ ଆରମ୍ଭ କରାଯାଇଛି “ବିକାଶ ବାହନ” । ପାଇକମାଲ ବ୍ଲକରେ ଆଜି ଶୁଭାରମ୍ଭ ହୋଇଛି । ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ତତ୍ତ୍ଵାବଧାନରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିନିଧି କୈଳାସ ଦିଶ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ବେଳେ ସାଂସଦ ପ୍ରତିନିଧିଙ୍କ ଦ୍ଵାରା ଶୁଭାରମ୍ଭ ହୋଇଛି । ଏକ ବର୍ଷ ମଧ୍ୟରେ ଉପଲବ୍ଧି ଅନେକ ଯୋଜନା ଗୁଡ଼ିକର ଗାଁ ଗାଁରେ ପ୍ରଚାର ପ୍ରସାର ପାଇଁ କରାଯାଇଛି । ଏହି ଅଭିଯାନ ଏକ ବର୍ଷରେ ଉପଲବ୍ଧି ଅନେକ ଲୋକଙ୍କ ସେବାରେ ସମର୍ପିତ ଏକ ବର୍ଷକୁ ନେଇ ଜନହିତକର ଯୋଜନା ଗୁଡିକର ସାଧାରଣ ଜନତାଙ୍କୁ କରିବ ଦିଶା ପ୍ରତିପାଦିତ । ଗାଁ ଗାଁରେ ଏହି ବିକାଶ ବାହନ ପରିଭ୍ରମଣ କରି ଏଲଡି ଟିଭି ମାଧ୍ୟମରେ ଏକ ମଟର ଯାନକୁ ସୁସଜ୍ଜିତ କରାଯାଇଛି । ମହିଳାମାନଙ୍କ ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି କୃଷି ଓ କୃଷକମାନଙ୍କ ସଶକ୍ତି କରଣ ଆଦି ଅନେକ ଯୋଜନା ପାଇଁ କରୁଛି ପ୍ରଚାର ଓ ପ୍ରସାର ।

jittmm
Leave A Reply

Your email address will not be published.