csstore

ଡୁମେରପଡ଼ାରେ ସାପ୍ତାହିକ ବଜାରର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଡୁମେରପଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟ ଛକରେ ଆଜି ରବିବାର ଏକ ଦୈନିକ ସାପ୍ତାହିକ ବଜାରର ଶୁଭାରମ୍ଭ ହୋଇଯାଇଛି । ଏହି ନୂତନ ବଜାର ଉଦ୍‌ଘାଟିତ ହେବା ପରେ ବହୁ ସଂଖ୍ୟକ ଗ୍ରାହକ ଓ ଦୋକାନୀ ଯୋଗଦେଇ ପନିପରିବାଠାରୁ ଆରମ୍ଭ କରି ବହୁ ଜିନିଷପତ୍ର କିଣାବିକା କରିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଡୁମେରପଡ଼ା ସାପ୍ତାହିକ ବଜାର କମିଟି ସଭାପତି ଫାଲଗୁନି ହାତୀ, ସମ୍ପାଦକ ଜଗନ୍ନାଥ ରଣା, କୋଷାଧ୍ୟକ୍ଷ ପଙ୍କଜ ଅମାତ, କାମପାଳ ଭୋଇ, ଆନନ୍ଦ ତାଣ୍ଡି, ଦୁଷ୍ମନ୍ତ ରଣା, ଦୈତାରୀ ହାତୀ, ସୁନୀଲ ଭୋଇ, ମିଥୁନ ବେନିଆ, ଅମିତ ବାଗ, ରତ୍ନାକର ରଣା, ହାଡ ହାତୀ, ନିରଞ୍ଜନ ହାତୀ, ଡିଡିରାମ ହାତୀଙ୍କ ସମେତ ଗ୍ରାମର ଭଦ୍ରବ୍ୟକ୍ତି ଓ ବହୁସଂଖ୍ୟକ ଆଖପାଖ ଗ୍ରାମବାସୀମାନେ ଯୋଗ ଦେଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.