mahavir

ପଶ୍ଚିମ ସୋମନାଥଙ୍କ ପୀଠରେ ଗଙ୍ଗା ଜଳଶାୟୀ ଅନୁଷ୍ଠିତ : ହଜାର ହଜାର ଭକ୍ତଙ୍କ ସମାଗମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶାର ଦ୍ଵିତୀୟ ବାରାଣାସୀ ତଥା ମନ୍ଦିର ମାଳିନୀ ସହର ଭାବରେ ଖ୍ୟାତ ଅଷ୍ଟଶମ୍ଭୁଙ୍କ ପୀଠ ସୁବର୍ଣ୍ଣପୁର ଘୋଡାଘାଟପଡା ଠାରେ ଅଧିଷ୍ଠିତ ବାବା ପଶ୍ଚିମ ସୋମନାଥଙ୍କ ଠାରେ ଆଜି ଗଙ୍ଗା ଜଳଶାୟୀ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ମାଳିନୀ ସହରରେ ପବିତ୍ର ମାଘ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ପଶ୍ଚିମ ସୋମନାଥ ବାବାଙ୍କ ପୀଠରେ ଅନୁଷ୍ଠିତ ଏହି ଗଙ୍ଗା ଜଳାଭିଷେକରେ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମଧ୍ୟରେ ଏକ ଅପୂର୍ବ ଭକ୍ତି ଭାବ ସୃଷ୍ଟି ହୋଇଥିଲା । ଏହି ଗଙ୍ଗା ଜଳାଭିଷେକ ପାଇଁ ୧୨ହଜାର ଲିଟର ଗଙ୍ଗା ଜଳ‌ ସୁଦୁର ଗଙ୍ଗାନଦୀରୁ ଟ୍ୟାଙ୍କର ଯୋଗେ ଅଣାଯାଇ ପଶ୍ଚିମ ସୋମନାଥଙ୍କ ଠାରେ ଜଳାଭିଷେକ କରାଯାଇଛି । ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସାମୁହିକ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ସାମ୍ନାରେ ସୁଗାୟୀକା ଅଳକା ଦାଶଙ୍କ ଦ୍ଵାରା ପାରାୟଣ ପରିବେଷଣ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋପାଳ ପୂଜାରୀ, ଶ୍ରୀବତ୍ସ ମଲ୍ଲିକ, କାର୍ତ୍ତିକ ପଧାନ, ବିକାଶ ମିଶ୍ର, ଗୋପାଳ ପଧାନ, ତାପସ ମିଶ୍ର, ରଜତ ପଟ୍ଟନାୟକ, କୃତ୍ତିବାସ ପାଣିଗ୍ରାହୀ, ସୌମ୍ୟ ମିଶ୍ର, ଶାଶ୍ଵତ ମିଶ୍ର, ସନ୍ତୋଷ ପ୍ରଧାନ, ଜୟ କୁମାର ମହଲା, ପ୍ରଫୁଲ୍ଲ ନାୟକ, ପ୍ରକାଶ ବ୍ୟବର୍ତ୍ତା, ତ୍ରିଲୋଚନ ପାଣିଗ୍ରାହୀ, ରଜତ ପଟ୍ଟନାୟକ, ତିଲୋଚନ ବକ୍ସି, ମୈଥିଳୀ ପଣ୍ଡା ପ୍ରମୁଖ ମନ୍ଦିର କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.