pakka

ସୃଜନଶୀଳତା ହିଁ ଦକ୍ଷତାକୁ ତ୍ୱରାନ୍ୱିତ କରେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୃଜନଶୀଳତା ହିଁ ଦକ୍ଷତାକୁ ତ୍ୱରାନ୍ୱିତ କରେ । ସୃଜନଶୀଳତାକୁ ଉପଯୁକ୍ତ ସୁବିଧା, ସୁଯୋଗ ଓ ପରିବେଶ ମିଳିଲେ ତାହା ଛାତ୍ରଛାତ୍ରୀଙ୍କର ଦକ୍ଷତାକୁ ବୃଦ୍ଧି କରିଥାଏ । ଏହି ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ପବ୍ଲିକ ସ୍କୁଲର କର୍ତ୍ତୃପକ୍ଷ ଗ୍ରୀଷ୍ମକାଳୀନ ଅବସରର ସଠିକ୍‌ ଉପଯୋଗ ପାଇଁ ଏକ ଗ୍ରୀଷ୍ମ କାଳୀନ ଶିବିରର ପରିକଳ୍ପନା କରିଥିଲେ । ଏହାର ମୂଳ ଉଦ୍ଦେଶ୍ୟ ଥିଲା ପିଲାମାନଙ୍କଠାରେ ଥିବା ଲୁକ୍କାୟିତ ସୃଜନଶୀଳତାକୁ ଏକ ଉପଯୁକ୍ତ ମାର୍ଗ ଦର୍ଶନ କରାଇବା । ସେଞ୍ଚୁରିଅନ ପବ୍ଲିକ ସ୍କୁଲ ବ୍ୟତୀତ ଅନୁଷ୍ଠାନର ଅନ୍ୟାନ୍ୟ ସହଯୋଗୀ ଅନୁଷ୍ଠାନ ଦିଲ୍ଲୀ ପବ୍ଲିକ ସ୍କୁଲ, ବ୍ଲୁଜୁମ କଂସେପ୍ଟ ସ୍କୁଲର ସହାଭାଗିତାରେ ଗ୍ରୀଷ୍ମକାଳୀନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରର ଶେଷ ଦିନରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଡିପିଏସ୍‌ର ଅଧ୍ୟକ୍ଷ ଏବଂ ବିଏନ୍‌ସିଏସ୍‌ର ଅଧ୍ୟକ୍ଷାଙ୍କର ସହଭାଗିତାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । କାର୍ଯ୍ୟକ୍ରମଟିର ପ୍ରାରମ୍ଭରେ ଜେଆଇଟିଏମ୍‌ର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ଭକ୍ତି ପଢିଆରି ଏବଂ ସେଞ୍ଚୁରିଅନ ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳ କାର୍ଯ୍ୟକ୍ରମଟିର ଉଦ୍ଦେଶ୍ୟ ବ୍ୟାଖ୍ୟା ସହିତ କାର୍ଯ୍ୟକ୍ରମର ସଂଯୋଜନା ମଧ୍ୟ କରିଥିଲେ । ବିଦ୍ୟାଳୟ ଗୁଡିକର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କର ଉପଯୁକ୍ତ ମାର୍ଗ ଦର୍ଶନରେ ଛାତ୍ରଛାତ୍ରୀମାନେ ସଂଗୀତ, ନୃତ୍ୟ ଓ ରାମ୍ପ ୱାଲ୍‌କ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ, କଳାକୃତି ଯେପରିକି ମୃତ୍ତିକାକଳା, କମ୍ପ୍ୟୁଟର ଆନିମେଶନ ପରି ସୃଜନାତ୍ମକ କଳା ଓ କୌଶଳରେ ପ୍ରସ୍ତୁତ ସାମଗ୍ରୀ ଗୁଡିକ ପ୍ରଦର୍ଶିତ ହୋଇଥିଲା । ବାସ୍ତବରେ କାର୍ଯ୍ୟକ୍ରମଟି ପିଲାମାନଙ୍କର ସୃଜନଶୀଳତାକୁ ଏକ ପ୍ରଦର୍ଶିତ କରିବାରେ ଏକ ସଫଳ ପ୍ରଚେଷ୍ଟା ରୂପରେ ପ୍ରମାଣିତ ହୋଇଥିଲା ।

Leave A Reply

Your email address will not be published.

two × 1 =