csstore

ଜିଲ୍ଲାପାଳଙ୍କ ଦ୍ୱାରା ଅନ୍ତର୍ଲା ଗ୍ରାମରେ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଲା ଗ୍ରାମ ସ୍ଥିତ ଆଶା ମିଲେଟ ପ୍ରଡ୍ୟୁସର କମ୍ପାନୀ କାର୍ଯ୍ୟାଳୟ ଠାରେ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ମାଣ୍ଡିଆ ମଣ୍ଡି ସୋମବାର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଯୋଗଦେଇ ମାଣ୍ଡିଆ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଏସପି ରିଷିକେଶ ଖିଲାରି ଦ୍ୟାନଦେଓ, ବ୍ଲକ ଅଧକ୍ଷ ହରିବନ୍ଧୁ ମେହେର,ସ୍କିମ୍ ଅଧିକାରୀ ସୁନନ୍ଦା ସାହୁ,ଏଡିଓ ସୁଧାକର ନନ୍ଦ, ଟିଡିସିସି ବାଳକୃଷ୍ଣ ଗଉଡ଼, ବିଏମ୍ ଶୈଳେଶ ସାହୁ, ବିଏଓ ଆନନ୍ଦ କୁମାର ମଲ୍ଲିକ, ଏଏଓ ଗୁଲସନ କୁମାର ମହନ୍ତ, ଅବିନାଶ ପାଣିଗ୍ରାହୀ, ଭିଏଡବ୍ଲ୍ୟୁ ଜିତେନ୍ଦ୍ର ମେହେର, ୱାସନ ଡିପିସି ଯଶୋବନ୍ତ ନାୟକ, ୱାପି ଅର୍ପଣ ଭଟାଚାର୍ଯ୍ୟ, ଇଛାପଡା ପଞ୍ଚାୟତ ସରପଞ୍ଚ ସୁବାସିନି ବେହେରା, ଚଲକି ସରପଞ୍ଚ ମମତା ଭୋଇ, ଆଶା ସମ୍ପାଦକ ଭାସ୍କର ସାହୁ, ବିସି ଲଳିତ ମୋହନ ବାଗ, ଏଏମ୍‌ପିଶିଏଲ ନିର୍ଦ୍ଦେଶିକା ମୁକ୍ତା ଦେଇ ମାଝୀ, ଯଶୋଦା ଭୁଏଙ୍କ ସହ ଶତାଧିକ ମାଣ୍ଡିଆ ଚାଷୀମାନେ ଉପସ୍ଥିତ ଥିଲେ । ଆଜି ଏଫ୍‌ଏକ୍ୟୁ ମାନର ମାଣ୍ଡିଆ ୧୦ଜଣ ଚାଷୀଙ୍କ ଠାରୁ ୫୦ କ୍ୟୁଣ୍ଟାଲ କ୍ରୟ କରାଯାଇଥିଲା । ପ୍ରତି ସୋମବାର ଦିନ ଚାଷୀମାନେ ଅନ୍ତର୍ଲା ସ୍ଥିତ ଏମ୍‌ପିସିଏଲ ମାଣ୍ଡିଆ କ୍ରୟକେନ୍ଦ୍ରରେ କ୍ୟୁଣ୍ଟାଲ ପ୍ରତି ଟ.୪୫୦୦ରେ ମାଣ୍ଡିଆ ବିକ୍ରୟ କରି ପାରିବେ ବୋଲି ଚାଷୀଙ୍କୁ ସଚେତନ କରାଯାଇଥିଲା ।

jayashree
Leave A Reply

Your email address will not be published.