csstore

ଲଳିତ ନାୟକ ଫାଉଣ୍ଡେସନ୍ ପକ୍ଷରୁ ଶ୍ରମିକ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ କେବିକେ ଆଇ.ଟି.ଆଇ ପରିସରରେ ଶ୍ରମିକ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଟିଟିଲାଗଡ ସୋନପୁରର ସି.ଡବ୍ଲୁ.ସି ଶ୍ରମିକ, ବିଦ୍ୟୁତ ଶ୍ରମିକ, ଅଟୋ ଚାଳକ ଶ୍ରମିକ ସଂଘ, ମିଟର ରିଡର ସଂଘ, ରିସ୍କା ଚାଳକ ସଂଘ ଓ ବଲାଙ୍ଗିର ତଥା ସୋନପିର ଜିଲ୍ଲାର ବିଭିନ୍ନ ସଂଗଠନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଦୀପକ ରଞ୍ଜନ ନାୟକ (ବବୁଲୁ)ଙ୍କ ନେତୃତ୍ବରେ ପ୍ରଭାସ ପାଣିଗ୍ରାହୀ, ଲୋଟସ ସଢଙ୍ଗୀ, ରତନ ମହାରଣା, ବିବେକା ପଟେଲ, ଦ୍ରଣ କୁମ୍ଭାର, ଅମୁଲ୍ୟ ସେଠ, ସୋମନାଥ ମିଶ୍ର, କସ୍ୟପ ସେଠ୍, ସଞ୍ଜିପ ସାହୁ ମଞ୍ଚାସୀନ ଥିଲେ । ବର୍ତ୍ତମାନ ଶ୍ରମିକ ସମ୍ରାଟ୍ ଲଲିତ ନାୟକଙ୍କ ଅନୁପସ୍ଥିତିକୁ ଶ୍ରମିକ ମାନେ ମନେ ପକାଇଥିଲେ । ଶ୍ରମିକମାନେ ଯେଉଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ସରକାର ତାର ଅତିଶୀଘ୍ର ସମାଧାନ କରନ୍ତୁ । ବିନା ଶ୍ରମିକରେ କୌଣସି କାର୍ଯ୍ୟ କରିହେବ ନାହିଁ । ଶ୍ରମିକର ଶ୍ରମ ହିଁ ସବୁ କିଛି । ଆଗାମୀ ଦିନରେ ଶ୍ରମିକମାନଙ୍କର ସମସ୍ତ ଅସୁବିଧାକୁ ନେଇ ସରକାରଙ୍କ ନଜରକୁ ଆଣାଯିବ ବୋଲି ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଶ୍ରୀ ନାୟକ କହିଛନ୍ତି । ସ୍ବର୍ଗତ ଲଳିତ ନାୟକଙ୍କ ଯାହା ବି ସ୍ବପ୍ନ ଶ୍ରମିକମାନଙ୍କ ପ୍ରତି ରହିଛି ନିଶ୍ଚିତ ଭାବରେ ପୁରଣ କରିବା ପାଇଁ ଚେଷ୍ଟା କରିବ ଫାଉଣ୍ଡେସନ୍ ବୋଲି ଅନ୍ୟତମ ଅତିଥିମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଭାକର ମିଶ୍ର, ପଦ୍ମ ଆଚାର୍ଯ୍ୟ, ବିନୋଦ ଦାଶଙ୍କ ସହଯୋଗରେ ପ୍ରହଲ୍ଲାଦ ଯୋଷୀ, ଘନ ପସାୟତ, ଗୁଲାପ ପଧାନ, ସୁନିଲ ନାୟକ, ଆଲୋକ ପଣ୍ଡା, ରଞ୍ଜନ ବାବୁ, ପ୍ରଦୀପ୍ତ କୁମାର ମିଶ୍ର, ବୁଲୁ କ୍ଷେତି ପ୍ରମୁଖ ଶ୍ରମିକ ଦିବସର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.