om academy

ଶ୍ରୀମନ୍ଦିର କୂଅରେ ଗଳିପଡ଼ିଲେ ଶ୍ରଦ୍ଧାଳୁ : ପହଁରା ଜାଣିଥିବାରୁ ବଞ୍ଚିଗଲେ

jsm

ପୁରୀ : ଶ୍ରୀମନ୍ଦିର ଉତ୍ତରଦ୍ୱାର ଆନନ୍ଦ ବଜାର ପରିସରରେ ଥିବା ଏକ କୂଅରେ ପଡ଼ି ଜଣେ ଶ୍ରଦ୍ଧାଳୁ ଗୁରୁତର ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ଅଗ୍ନିଶମ ବିଭାଗର ଦମକଳ ଗାଡ଼ି, ଆମ୍ବୁଲାନ୍ସ ଓ ସିଂହଦ୍ନବାର ଥାନା ପୁଲିସ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୋଲିସର କହିବାନୁସାରେ ଧ୍ରୁବ ତାଙ୍କ ପତ୍ନୀଙ୍କୁ ନେଇ ପୁରୀ ଆସି ଭାରତ ସେବାଶ୍ରମରେ ରହିଥିଲେ । ସନ୍ଧ୍ୟାରେ ସେ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ । ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଉତ୍ତରଦ୍ୱାର ପଟ ଆନନ୍ଦ ବଜାର ଈଶାନେଶ୍ୱରୀ ମନ୍ଦିର ପାଖକୁ ଧ୍ରୁବଙ୍କ ପତ୍ନୀ ଯାଇଥିଲେ । ତେବେ ଅନ୍ଧାକାର ଯୋଗୁଁସେଠାରେ ଥିବା କୂଅରେ ଝୁଣ୍ଟି ପଡ଼ିଯାଇଥିଲେ । କୂଅକୁ ଖସିପଡ଼ୁଥିବା ବେଳେ ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ଧ୍ରୁବ କୂଅ ଉପରକୁ ଚଢ଼ିଯାଇଥିଲେ । ମାତ୍ର ଅନ୍ଧାର ଥିବାରୁ ସେ କୂଅ ଭିତରକୁ ଖସିପଡ଼ିଥିଲେ । ଏହା ଦେଖି ପତ୍ନୀ ଚିତ୍କାର କରିବାରୁ ଲୋକମାନେ ସେଠାରେ ପହଞ୍ଚି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇ ଦମକଳ ‌ଗାଡ଼ି, ଆମ୍ବୁଲାନ୍ସ, ସିଂହଦ୍ୱାର ଥାନା ଆଇଆଇସି ଶ୍ୱେତପଦ୍ମା ଦାଶ ଓ ଅନ୍ୟମାନେ ପହଞ୍ଚି ଧ୍ରୁବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ । ତେବେ ଧ୍ରୁବ କୂଅ ମଧ୍ୟରେ ପ୍ରାୟ ୨୦ ମିନିଟ୍‌ କାଳ ପହଁରି ରହିଯିବାରୁ ଉଦ୍ଧାରକାରୀ ଦଳ ପହଞ୍ଚି ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.