om academy

ପୋଖରୀ ହୁଡ଼ାରୁ ଗଛରେ ବନ୍ଧା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ : ହତ୍ୟା ନା ଆତ୍ମହତ୍ୟା

jsm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ସହର ବାପୁଜୀନଗର ଓ ମାଉଲ୍‌ସିଙ୍ଗା ମଧ୍ୟରେ ଥିବା ପୋଖରୀ ହୁଡାରେ ବନ୍ଧା ହେବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି । ଆଜି ସକାଳ ପ୍ରାୟ ସାଢେ଼ ସାତଟା ସମୟରେ ଜନୈକ ଯୁବକଙ୍କ ମୃତଦେହ ଗୋଟିଏ ଗଛରେ ବନ୍ଧା ଅବସ୍ଥାରେ ଦେଖା ଯିବାରୁ ଚହଳ ପଡିଯାଇଥିଲା । ଏହି ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିଥିଲା । ପୋଖରୀ ଆଖପାଖରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଯୁବକ ଜଣକ ବୌଦ୍ଧ ସହର ବାପୁଜୀନଗରର ସୁଜିତ୍ ଦେହୁରୀ ବୋଲି ଜଣାପଡିଛି । ମୃତ ସୁଜିତ୍‌ଙ୍କ ଶବକୁ ଚିହ୍ନଟ କରିଥିଲେ ତାଙ୍କ ପିତାମାତା । ତେବେ ମୃତ ଯୁବକଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ବୌଦ୍ଧ ଆଦର୍ଶ ଥାନା ପୋଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଅନୁସନ୍ଧାନ କରିବା ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.