pr

ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଆଇନ ମହାବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି

dr. purohit

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଲାଲା ଲଜପତରାୟ ଆଇନ ମହାବିଦ୍ୟାଳୟର କନଫରେନ୍ସ ହଲ୍‌ରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ସୋମବାର ଦିନ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ଼. ଆଦିତ୍ୟ ପ୍ରସାଦ ପାଢ଼ୀ, ବରିଷ୍ଠ ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର, ଭକ୍ତ ପ୍ରସାଦ ନନ୍ଦ ଏବଂ ପ୍ରଫେସର ଶ୍ରୀକାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ । ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ଡ. ଲକ୍ଷ୍ମୀକାନ୍ତ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ନବ କିଶୋର ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିଥିଲେ । ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ୧୯୮୯ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଆଇନ ମହାବିଦ୍ୟାଳୟରେ ଆଇନ ପାଠ୍ୟକ୍ରମରେ ଅଧ୍ୟୟନ କରି ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କ ସହପାଠୀମାନେ କହନ୍ତି ଯେ, ସେ ଛାତ୍ର ଅବସ୍ଥାରେ ଛାତ୍ର ସଂସଦ ନିର୍ବାଚନରେ ଲଢି ନ ଥିଲେ । ଏହା ବ୍ୟତୀତ ବିଦ୍ୟାଳୟ ପାଠପଢ଼ା ସମୟରୁ ଶିକ୍ଷକମାନଙ୍କୁ ସମ୍ମାନ ଦେଉଥିଲେ । ବ୍ୟକ୍ତି ବିଶେଷରେ ସେ ସମସ୍ତଙ୍କର ଗ୍ରହଣୀୟ ହୋଇପାରିଥିଲା ଏବଂ ଅନ୍ୟମାନଙ୍କୁ କିପରି ନିଜ କଥାରେ ପ୍ରଭାବିତ କରାଯାଇପାରେ, ସେହି କଳା ମଧ୍ୟ ତାଙ୍କ ପାଖରେ ରହିଥିଲା । ଯାହା ସହଜରେ ତାଙ୍କ କଥାକୁ ଅନ୍ୟମାନେ ମାନି ନେଉଥିଲେ । ପଶ୍ଚିମ ଓଡ଼ିଶା ଆଜି ଏକ ପ୍ରବୀଣ, ପ୍ରମୁଖ ଓ ଦକ୍ଷତା ପୂର୍ଣ୍ଣ ବ୍ୟକ୍ତିଙ୍କୁ ହରାଇଛି । ଅବିଭାଜିତ ସମ୍ବଲପୁର ଜିଲ୍ଲା ସମୟରେ ଏକ ପ୍ରଗତିଶୀଳ ‌ଯୋଜନାକୁ ସଫଳ କରିବାର ଚେଷ୍ଟା ଅକ୍ଷୁର୍ଣ୍ଣ ରହିଲା । ଆଇନର ଛାତ୍ର ଥିଲେ ମଧ୍ୟ ଆଇନ ବୃତ୍ତିରେ ଯୋଗ ଦେଇ ନ ଥିଲେ । କିନ୍ତୁ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି ତାଙ୍କର ଅଶେଷ ସମ୍ମାନ ରହିଥିଲା ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ନବଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଏଲ୍‌ଏଲ୍‌ବି, ଏଲ୍‌ଏଲ୍‌ଏମ୍, ବିବିଏ ଏଲ୍ ଏଲ୍ ବି ଏବଂ ଏମ୍‌ ଆଇ ଆର୍ ପିଏମ୍‌ର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚାନ୍ଦିନୀ ମିଶ୍ର, ଦେବୀପ୍ରସାଦ ମିଶ୍ର, ଲାଲ ଗୋପାଲ ନନ୍ଦ ଓ ଅବିନାଶ କେର୍କେଟା ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.