csstore

ଆଗଲପୁର +୨ କଲେଜ ବାର୍ଷିକ କ୍ରୀଡା ଉଦ୍‌ଯାପିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର +୨ ବିଜ୍ଞାନ ମହାବିଦ୍ୟାଳୟ ଦୁଇ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନ୍ଦିରରୁ କ୍ରିଡା ମସାଲ ବାହାର କରି ନଗର ଭ୍ରମଣ କରି ମିନିଷ୍ଟେଡିୟମରେ ସ୍ଥାପନ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ମନ୍ତ୍ରୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ କୁମାର ସିଂଦେଓ ମୁଖ୍ୟ ଅତିଥି ଆକାରରେ ଯୋଗଦାନ କରିଥିଲେ । ସେହିପରି ମୁଖ୍ୟବକ୍ତା ଲୋଇସିଂହା ମହାବିଦ୍ୟାଳୟର ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ପ୍ରଧ୍ୟାପକ ଲଲିତ ମୋହନ ତ୍ରିପାଠୀ, ଆଗଲପୁର ବ୍ଳକ ସାଲେଭଟା ପ୍ରମେୟ ସାମ୍ବାଦିକ ବିରାଜ ନନ୍ଦ ପାଢ଼ୀ, ଆଗଲପୁର ପଚାଂୟତ ହାଇସ୍କୁଲର ଅବସରପ୍ରାପ୍ତ କ୍ରିଡାଶିକ୍ଷକ ଭିକାରୀ ବାଗ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏଥିରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ଯୁବସମାଜ ଆଗାମୀ ପିଢ଼ୀର ପଥ ପ୍ରଦର୍ଶକ ଓ ନିର୍ମାଣ ର୍କା ତେଣୁ ଶିକ୍ଷା ଓ କ୍ରୀଡାକୁ କରାୟତ କରି ସୁସ୍ଥ ସମାଜ ଗଠନରେ ସେମାନଙ୍କ ଭୁମିକା ଉପରେ ଗଭିର ଆଲୋକପାତ କରିବା ସହ ଏଥିପାଇଁ ସମସ୍ତେ କର୍ତ୍ତବ୍ୟ ପରାୟଣ ହେବାକୁ ଅହ୍ୱାନ ଜଣାଇଥିଲେ । ଓଡିଆ ଅଧ୍ୟାପକ ଶେଷ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବଳେ ଅଧ୍ୟାପିକା ସୁନେଲି ମେହେର ବାର୍ଷିକ ବିବରଣୀ ପାଠ କରିଥିଲେ । ଖେଳ ଅଧ୍ୟାପକ ବିଶେଶ୍ୱର ମେହେର, ନାଟୁ ମେହେର, ଇଂରାଜୀ ଅଧ୍ୟାପକ ରାଜେଶ କୁମାର ରାୟ ଖେଳ କରିଚାଳନା କରିଥିଲେ । କୃତକାର୍ଯ୍ୟ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏଥିରେ ବାଳିକା ବିଭାଗରେ ନିରୁପମା ମୁଣ୍ଡା ଓ ବାଳକ ବିଭାଗରେ ବଦ୍ୟାଧର ବାଗଙ୍କୁ ଶ୍ରେଷ୍ଠ ଖେଳାଳୀ ହେବା ।ଗøରବ ଅର୍ଜନ କରିଛନ୍ତି । ଯାଜ୍ଞସେନୀ, ଜୟଶ୍ରୀ, ଚୁମକୀ ଓ ବନୀତା ଉଦ୍‌ଯାପନୀ ସଙ୍ଗୀତ ଗାନ କରିଥିଲେ । ଏହାକୁ ଅଧ୍ୟାପିକା ସୁଶ୍ରୀ ଦେବକୀ ନାଏକ ସଂଯୋଜନା କରିଥିବା ବେଳେ ସୁଶ୍ରୀ ଡିଲେଶ୍ୱରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ନେହେରୁ ପଧାନ, ବିଜୟ କୁମାର ମେହେର, କୃଷ୍ଣ ପ୍ରସାହ ସେଠ, ସୁନୀଳ ହାତୀ ଓ ସସ୍ମୀତା ହୋତା ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.