csstore

ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟର କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ଯୋଗଦେଇ ଡ଼ିଗ୍ରୀ ଛାତ୍ରୀମାନଙ୍କୁ ଉତ୍ସାହିତ କରି କ୍ରୀଡାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସୁମିତା ମିଶ୍ର ଛାତ୍ରୀମାନଙ୍କୁ ହାରଜିତ୍ ଭୁଲି ସମସ୍ତେ ଖେଳରେ ସାମିଲ ହେବାକୁ ଆଗଭର ହେବାକୁ ଆହ୍ୱାନ ଦେଇ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ । ଅଧ୍ୟାପିକା କବିତା ସାହୁ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପିକା ଓ କର୍ମଚାରୀ ଦୀପ୍ତି ନନ୍ଦ, ଡଃ. ସୁଜାତା ବେହେରା, ଅଞ୍ଜଳି କୁମାରୀ ସେଠୀ, ଅନୀତା ସେଠୀ, ସଙ୍ଗୀତା ବେହେରା, ସୋନାଲି ପାଢ଼ୀ, ଶୁଭଲକ୍ଷ୍ମୀ ଦାସ, ସୁଜାତା ପ୍ରଧାନ, ସନ୍ତୋଷ ବିଷୋୟୀ, ଗୀତାଞ୍ଜଳି ସାମନ୍ତରାୟ, ଏମ୍.ଜନାର୍ଦ୍ଧନ ରେଡ୍ଡୀ, ଏବଂ ପି. ନାଗମା କ୍ରୀଡ଼ା ଆସରରେ ସକ୍ରୀୟ ସହଯୋଗ କରିଥିଲେ । ଏହି କ୍ରୀଡା କାର୍ୟ୍ୟର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ମନ୍ଦିରର କ୍ରୀଡା ଶିକ୍ଷକ ଚର୍ତୃଭୂଜ ତ୍ରିପାଠୀ ପରିଚାଳନାରେ ସହଯୋଗ କରିଛନ୍ତି । ଏହି କ୍ରୀଡା ପ୍ରତିଯୋଗିତା ୨ ଦିନ ଧରି ସ୍ଥାନୀୟ ଛତ୍ରପୁର ଷ୍ଟାଡିୟମରେ ସମାହିତ ହେବ ବୋଲି ଜଣାଯାଇଛି ।

jayashree
Leave A Reply

Your email address will not be published.