
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀ ଓ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଏବଂ କର୍ମକର୍ତ୍ତାଙ୍କ ଅକୁଣ୍ଠିତ ସହଯୋଗରେ ସମାଜ ତଥା ବଲାଙ୍ଗିର ର ସମସ୍ତ ଜନସାଧାରଣଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଥିବା ପ୍ରଭୁ ମହାଦେବଙ୍କ ମନ୍ଦିର ଠାରେ ରୁଦ୍ରାଭିଷେକ ଉତ୍ସବ ପୂଜନ ଓ ହବନ କାର୍ଯ୍ୟ କରାଯାଇଥିଲା । ଏହି ପୂଜାରେ ପୂଜକ ପଣ୍ଡିତ ସନ୍ତୋଷ କୁମାର ମିଶ୍ର, ସନ୍ତୋଷ କୁମାର ପଣ୍ଡା ପୂଜା କାର୍ଯ୍ୟ ଓ କର୍ତ୍ତାଭାବେ ମହାସଭାର ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀ ଓ ତାଙ୍କ ପତ୍ନୀ ଭାଗ୍ୟସିନୀ ତ୍ରିପାଠି ସପତ୍ନିକ କାର୍ଯ୍ୟ ତୁଳାଇଥିଲେ । ଉକ୍ତ ପୂଣ୍ୟ ପୂଜନ କାର୍ଯ୍ୟରେ ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ମ୍ୟୁନସିପାଲଟିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିଲେ । ଏତଦ୍ବ୍ୟତୀତ ମାରୱାଡି ସମାଜ, ସିନ୍ଧି ସମାଜ ଓ ଅନ୍ୟାନ୍ୟ ବହୁ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଗଣ ଯୋଗଦେଇ ଏପରି ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକୁ ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ । ଏଥିରେ ବ୍ରାହ୍ମଣ ମହାସଭାର କର୍ମକର୍ତ୍ତା, ସଦସ୍ୟସଦସ୍ୟା, ପର୍ଶୁରାମ ବାହିନୀ, ମାତୃଶକ୍ତି ତଥା ସ୍ୱତନ୍ତ୍ର ଅତିଥି ଗଣ ଯଥା ଉପଦେଷ୍ଟା ମଣ୍ଡଳି ପର୍ଶୁରାମ ନାୟକ, ଲୋକନାଥ ନେପାକ, ଶିବ ଶଙ୍କର ଖୁଆସ, ମନୋରଂଜନ ପୁରୋହିତ, ଉପସଭାପତି କିଶୋର ପୁରୋହିତ ଓ ସୁଶ୍ରୀ ରାଜଶ୍ରୀ ତ୍ରିପାଠି, ସହସଂପାଦକ ସଂକୀର୍ତ୍ତନ ତ୍ରିପାଠି, କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର, ସଂଗଠନ ସମ୍ପାଦକ ସୋମନାଥ ମିଶ୍ର, ବିଧୁଭୂଷଣ ତ୍ରିପାଠି, ସୁରେଶ ମିଶ୍ର, ସୁବ୍ରତ ରଂଜନ ମିଶ୍ର, ପର୍ଶୁରାମ ବାହିନୀ, କୃପାସିନ୍ଧୁ ମମିଶ୍ର, ଗିରୀଶ ପଣ୍ଡା, ସନ୍ତୋଷ ତ୍ରିପାଠୀ, ଜଗଦୀଶ ନାଥ, ଇଂ. କିଶୋର ମୋହନ ମିଶ୍ର, ହଜାରୀ ମିଶ୍ର, ନିହାରିକା ମିଶ୍ର, ସୁବାଷ ଶତପଥୀ, ଅରୁଣ ନାଥ, ଜୟ ବିହାରୀ ବେଦବାକ୍, ଗଙ୍ଗାଧର ଚାନ୍ଦ, ବିଶ୍ୱ ଶତପଥୀ, ନବୀନ ମିଶ୍ର, ମୃଶ୍ମଣୀ ମିଶ୍ର, ବ୍ରଜ କିଶୋର ଆଚାର୍ଯ୍ୟ, ତରଣୀ ଷଡଙ୍ଗୀ, ପ୍ରସନ୍ନ ଯୋଷୀ, ସୁବାଷ ଠାକୁର, ହିମାଂଶୁ ଦାଶ, ଦିଲୀପ ନାୟକ, ଉତ୍ତମ ନନ୍ଦ, ରାଜା ପଣ୍ଡା, ଶ୍ୱେତ ତ୍ରିପାଠି, ପ୍ରତ୍ୟୁଷ ତ୍ରିପାଠୀ, ରାଧାଶ୍ୟାମ ତ୍ରିପାଠୀ, ଧର୍ମ ପ୍ରସାଦ ଆଚାର୍ଯ୍ୟ, ବସନ୍ତ ତ୍ରିପାଠୀ, ବାବୁଲୁ ନାୟକ, ରାଜେନ୍ଦ୍ର ପ୍ରସାଦ ହୋତା, ରାମଶଙ୍କର ଶତପଥୀ, ମଧୁସୂଦନ ନାୟକ, ନୀଳାମ୍ବର ଦାଶ, ସୁରେଶ ମିଶ୍ର, ବାବୁଲା ନାୟକ, ଶ୍ରୀକାନ୍ତ ଶର୍ମା, କ୍ଷୀରୋଦ ଦାଶ, ଯଶୋବନ୍ତୀ ଷଡଙ୍ଗୀ, ବିଳାସ ମିଶ୍ର, ମମତା ରାଣୀ ମିଶ୍ର, ସୁବର୍ଣ୍ଣ ଦାଶ, କଲ୍ୟାଣୀ ଦାଶଙ୍ଙ୍କ ସମେତ ପ୍ରମୁଖବହୁ ସଂଖ୍ୟାରେ ଯୋଗଦାନ ଓ ସହଯୋଗ କରି ଉପରୋକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।