csstore

ଭୀମ ପାହାଡ ସୌନ୍ଦର୍ଯ୍ୟକରଣ ସକାଶେ ଯୁବ କୁଲୁତା ସମାଜର ଉଦ୍ୟମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଆଜି ପଶ୍ଚିମ ଓଡିଶାର ପର୍ଯ୍ୟଟନ ସ୍ଥଳି ଭୀମପାହାଡଠାରେ ଭୀମପାହାଡର ସୌନ୍ଦର୍ଯ୍ୟକରଣ ସକାଶେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା ରାଜ୍ୟ ସରକାରଙ୍କଠାରୁ ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଟଗାଁ ସେକ୍‌ସନ ଫରେଷ୍ଟର ଜେନା ରାଉତ ଅତିଥି ଭାବେ ଯୋଗଦାନ କରି ଯୁବ ସଂଗଠନର ଏଭଳି କାର୍ଯ୍ୟକ୍ରମକୁ ଭୁୟସି ପ୍ରଶଂସା କରିଥିଲେ । ଭାରତ ସରକାରଙ୍କ ଦ୍ୱାରା ଚାଲିଥିବା ଆଜାଦି କା ଅମୃତ ମହୋତ୍ସବ ସହିତ ଜଡିତ ହୋଇ ଏହି କୁଲୁତା ଯୁବ ସଂଗଠନ ଆଜି ୭୫ଟି ଚାରରା ରୋପଣ କରିଥିବା ବେଳେ ଜିଲ୍ଲା ଯୁବ ସମ୍ପାଦକ ଭୁବନେଶ୍ୱର ଭୋଇ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଯୁବ କୁଲୁତା ସମାଜ ଉପସଭାପତି ରୋଶନ ପଧାନ, କୋଷାଧ୍ୟକ୍ଷ ଅମିତ କୁମାର ବାରିକ, ଜିଲ୍ଲା ସଦସ୍ୟ ଦିନେଶ ପଧାନ, ଗଙ୍ଗାଧର ସା, ସୁବୋଧ ବିଶ୍ୱାଲ, ଅନୁପ କୁମାର ପଧାନ, ଆଶିଷ ବିଶ୍ୱାଲ, ଅସିତ ରଞ୍ଜନ ସାହୁ, ନିପୁନ ଗଡତ୍ୟା, ରାଜା ପଧାନ, ଦେବରାଜ ସାହୁ, ଦେବାଶିଷ ପଧାନ, ରିଙ୍କୁ ବିଶ୍ୱାଲ, ମନୋଜ ସାହୁ, ସୁରେଶ ସାହୁ ତଥା ବିଭିନ୍ନ ବ୍ଲକର ସଦସ୍ୟଗଣ ଓ ମିଶନ ଶକ୍ତିର ସଦସ୍ୟଗଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.