
ବଲାଙ୍ଗିର ସହରରେ କ୍ରମବର୍ଦ୍ଧିଷ୍ଣୁ ରାସ୍ତା ଦୁର୍ଘଟଣା ଜନିତ ସମସ୍ୟାକୁ ନେଇ, ଏନ୍ଏଚ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ କଲା ବଲାଙ୍ଗିର ଜିଲ୍ଲା ସିଭିଲ ସୋସାଇଟି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସିଭିଲ ସୋସାଇଟି ପକ୍ଷରୁ ବଲାଙ୍ଗିର ଜାତୀୟ ରାଜପଥ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଆଶିଷ କୁମାର ନାୟକଙ୍କୁ ସାକ୍ଷାତ କରି ବଲାଙ୍ଗିର ସହରରରେ କ୍ରମବଦ୍ଧିଷ୍ଣୁ ରାସ୍ତା ଦୁର୍ଘଟଣା ଓ ତାର ନିରାକରଣ ସଂପର୍କିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ସିଭିଲ ସୋଇସାଇଟିର ଆବାହକ ଇଂ. ବେଲାରସିଂ ଭୋଇ ଓ ସଂଯୋଜକ ମନୋରଂଜନ ସାହୁଙ୍କ ନେତୃତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ମନୋରଂଜନ ମିଶ୍ର, ରଘୁ ନନ୍ଦନ ସିଂହ, ଆନନ୍ଦ ମିଶ୍ର, ଅରୁଣ କୁମାର ନାଥ, ଜ୍ଞାନରଂଜନ ପଟ୍ଟନାୟକ ପ୍ରମୁଖ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏନ୍.ଏଚରେ ଦୁର୍ଘଟଣାଜନିତ ସମସ୍ୟାକୁ ରୋକିବା ପାଇଁ ସଂପୃକ୍ତ ବିଭାଗ ସହ ସଂପର୍କ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ ପ୍ରତିଶୃତି ଦେଇଛନ୍ତି । ଏ ସଂପର୍କରେ ବଲାଙ୍ଗିର ସିଭିଲ ସୋସାଇଟି ତରଫରୁ ବଲାଙ୍ଗିର ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଓ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ସିଭିଲ ସୋସଇଟିର ସଂଯୋଜକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।