pakka

ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ କଣ୍ଟାବାଞ୍ଜି ତହସିଲ୍‌ଦାରଙ୍କ ବିୟୋଗରେ ଶୋକସଭା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ କଣ୍ଟାବାଞ୍ଜି ତହସିଲ୍‌ଦାରଙ୍କ ବିୟୋଗରେ ଶୋକସଭା କରାଯାଇଛି । କଣ୍ଟାବାଞ୍ଜି ତହସିଲ୍‌ଦାର ତଥା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର (୭୦)ର ସହାୟକ ରିଟର୍ଣ୍ଣିଂ ଅଧିକାରୀ ରତନଲାଲ ମୁଣ୍ଡାଙ୍କ ବିୟୋଗ ପାଇଁ ଏହି ସଭା କରାଯାଇଥିଲା । ସ୍ଵର୍ଗତ ମୁଣ୍ଡା କିଛି ଦିନ ହେବ ବୃକକ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ୨୦୨୩ ଅକ୍ଟୋବର ୨୬ରୁ କଣ୍ଟାବାଞ୍ଜି ତହସିଲ୍‌ଦାର ଦାୟିତ୍ଵ ନିର୍ବାହ କରିଆସୁଥିଲେ । ତାଙ୍କ ବିୟୋଗରେ ନିରବ ପ୍ରାର୍ଥନା କରିବା ସହ ଅମର ଆତ୍ମାର ଶାନ୍ତି ନିମନ୍ତେ କାମନା କରାଯାଇଥିଲା । ଏହି ସଭାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଗୌରୱ ଶିୱାଜି ଈଶାଲୱାର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ ବିଜୟାନନ୍ଦ ସେଠୀ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ଡେପୁଟି କଲେକ୍ଟର ସୋନାଲି ପଟ୍ଟନାୟକ, ଡେପୁଟି କଲେକ୍ଟର ପ୍ରଶାନ୍ତ ମହାପାତ୍ର, ଡେପୁଟି କଲେକ୍ଟର ସଚିଦାନନ୍ଦ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ, ଆସିଷ୍ଟାଣ୍ଟ କଲେକ୍ଟର ଘନଶ୍ୟାମ ମୁଣ୍ଡ, ଭେକ୍ଟର ବିଭାର, ଫାଲ୍ଗୁନୀ ଶବର, ପୁରୁଷୋତ୍ତମ ମୁନା, ସ୍ନିଗ୍ଧାରାଣୀ ତ୍ରିପାଠୀ ପ୍ରମୁଖଙ୍କ ସହ କିଲଟାରିର କର୍ମଚାରୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nine − two =

error: Content is protected !!