pakka

ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଭୋଟ୍‌ ପ୍ରଚାର

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ଅଳଙ୍କୃତ କରିବା ନିମନ୍ତେ ବିଜୁ ବାବୁଙ୍କ ଅନ୍ତରଙ୍ଗୀ ବନ୍ଧୁ ତଥା ବିଶିଷ୍ଟ ସମାଜସେବୀ, ବର୍ଷୀୟାନ ନେତା, ବିଧାନସଭାକୁ ବହୁବାର ବିଜୟୀ ଲାଭକରି ଆସିଥିବା ଜନପ୍ରିୟ ନେତା ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଉଦ୍ୟମ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଶୁକ୍ରବାର ସେ ବ୍ରହ୍ମପୁର ଓକିଲ ସଂଘର କାର୍ଯ୍ୟାଳୟକୁ ଯାଇଥିଲେ । ଯେହେତୁ ସେ ନିଜେ ବିଜେଡି ବିଧାୟକ ପ୍ରାର୍ଥୀ ହେବାର ସୁଯୋଗ ପାଇଛନ୍ତି । ତାଙ୍କରି ବିଜୟ ଲାଭ ହେବା ଉଦ୍ଦେଶ୍ୟରେ ଡ଼ାକ୍ତର ଚ୍ୟାଉପଟ୍ଟନାୟକ ବାବୁ ସେଠାକାର ସମସ୍ତ ଆଇନଜୀବିମାନଙ୍କୁ ସମର୍ଥନ ପାଇଁ ନିବେଦନ କରିଛନ୍ତି ଏବଂ ଭୋଟ୍‌ ଭିକ୍ଷା କରିଛନ୍ତି । ଗଞ୍ଜାମ ବାର ଆସୋସିଏସନ୍‌ରେ ବିଜେଡି ପ୍ରାର୍ଥୀ ବ୍ରହ୍ମପୁର ସହରର ଜନପ୍ରିୟ ନେତା ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସହ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଓଡ଼ିଶା ଆଇନଜୀବି ପରିଷଦର ସଭ୍ୟ ସଞ୍ଜିତ ପାଣିଗ୍ରାହୀଙ୍କ ସହ ସମସ୍ତ ଆଇନଜୀବିମାନଙ୍କ ଗହଣରେ ବିଜେଡ଼ି ଦଳ ତରଫରୁ ସେ ଭୋଟ୍‌ ପ୍ରଚାର କରି ଆସିଛନ୍ତି । ଏହି ପରିଣତ ବୟସରେ ହେଲେ ମଧ୍ୟ ତାଙ୍କର ଦାମ୍ଭିକତା ଓ ସାହସିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

jay balangir
Leave A Reply

Your email address will not be published.

20 − 3 =

error: Content is protected !!