ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଓଡିଆ ପ୍ରାଧ୍ୟାପକ ବିମଳ କିଶୋର ସାହୁଙ୍କ ଗତ ଅଗଷ୍ଟ ୧ ତାରିଖ ଦିନ ଦେହାନ୍ତ ହୋଇଯାଇଛି । ୧୯୯୧ମସିହାରୁ ବିଦ୍ୟାଳୟରେ କାର୍ଯ୍ୟରତ ଶ୍ରୀ ସାହୁଙ୍କ ତିରୋଧାନରେ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରି ଅଧ୍ୟକ୍ଷ ବସନ୍ତ କୁମାର ମନହିରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟରେ ସ୍ଵର୍ଗତ ସାହୁଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏକ ଶୋକସଭା କରାଯାଇଥିଲା । ସଭାରେ ପ୍ରାଧ୍ୟାପକ ଗୋବିନ୍ଦ ମେହେର, ଧୋବାଇ ଚରଣ ପଟେଲ, ରଞ୍ଜନ କୁମାର ପାଣିଗ୍ରାହୀ, ଦୁର୍ବାଦଳ ଘିବେଲା, ଶୁଭଶ୍ରୀ ସାହୁ, ପ୍ରଶାନ୍ତ କୁମାର ଥନାପତି, ବାଲିଶଙ୍କର ମେହେରଙ୍କ ସମେତ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।