om academy

ବଡବନ୍ଧରେ ମା’ ପାଟଣେଶ୍ୱରୀ ଓ ଦ୍ୱରସେନୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଶୋଭାଯାତ୍ରା

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁରେ ଦୀର୍ଘ ଦିନରୁ ନିର୍ମାଣ କାମ ଆରମ୍ଭ ହୋଇଥିବା ମା’ ପାଟଣେଶ୍ୱରୀ ଓ ଦ୍ୱାରସେନୀ ମନ୍ଦିର ପ୍ରତିଷ୍ଠା ପାଇଁ ହେବାକୁ ଥିବା ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ସୋମବାର କଳସଯାତ୍ରା ଅନୁ‌ଷ୍ଠିତ ହୋଇଯାଇଛି । ସୋମବାର ଅପରାହ୍ନରେ ଶତାଧିକ ମହିଳା ପୂର୍ଣ୍ଣ କଳସରେ ଗଙ୍ଗାଜଳ ଭର୍ତ୍ତି କରି ପୂଜା ମଣ୍ଡପକୁ ପହଞ୍ଚି ଅଧିବାସ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମଙ୍ଗଳବାର ଦିନ ରାମାୟଣ ପାରାୟଣ, ବୁଧବାର ଦେବୀଙ୍କ ସ୍ନାନ, ଗୁରୁବାର ଧର୍ମମୂଦ ଓ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଭାବେ ପଣ୍ଡିତ ସୂଦର୍ଶନ ପୁରୋହିତ ଦାୟିତ୍ୱ ନେଇଥିବା ବେଳେ ଆରଣ୍ୟ କାଣ୍ଡ, କିସ୍କିନ୍ଦା କାଣ୍ଡ ଓ ସୁନ୍ଦରା କାଣ୍ଡ ପରାୟଣ କରିବେ ଗାୟକ ସନ୍ତନୁ ତ୍ରିପାଠୀ, ସେହିପରି ସନ୍ତୋଷ ନନ୍ଦ ଚଣ୍ଡିପାଠ କରିବାକୁ ଥିବା ବେଳେ ଶିଳ୍ପୀ ଘନଶ୍ୟାମ ଦାଶ ଉପସ୍ଥିତ ରହିବେ । ଯଜ୍ଞକର୍ତ୍ତା ଭାବେ ସବିତା ଚିନ୍ଦା ଓ ଓମଙ୍କାର ଚିନ୍ଦା, ପାରାୟଣ କର୍ତ୍ତା ଭାବେ ଶୁଭଶ୍ରୀ ଚିନ୍ଦା ଓ ଦୁଳୁ ଚିନ୍ଦା ଏବଂ ଚଣ୍ଡିପାଠ କର୍ତ୍ତା ଭାବେ ଗୀତା ଚିନ୍ଦା ନେତ୍ରାନନ୍ଦ ଚିନ୍ତା ଦାୟିତ୍ୱ ନେଇଥିବା ଜଣାପଡ଼ିଛି । ୩ ଦିନ ଧରି ମହାସମାରୋହରେ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.