pr

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ଦୀନବନ୍ଧୁ ଭଞ୍ଜଙ୍କ ସ୍ମୃତିଚାରଣ ସଭା

dr. purohit

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ମହେଶପୁର ଗ୍ରାମ ବାସିନ୍ଦା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ସଂସ୍କୃତ ଶିକ୍ଷକ ସ୍ଵର୍ଗତ ଦୀନବନ୍ଧୁ ଭଞ୍ଜଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ବିଶିଷ୍ଟ ସାରସ୍ୱତ ସାଧକ ଥିଲେ । ସମାଜସେବୀ ପ୍ରଦୀପ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଅବସରପ୍ରାପ୍ତ ରେଞ୍ଜର କବି ସୁକୁମାର ଦାସ, କବି ଶ୍ରୀକୁମାର ଘୋଷ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀକୃଷ୍ଣ ଦାସ, ଶିକ୍ଷକ ହିମାଂଶୁ ଶେଖର ଦାସ, ଭୋଗରାଇ ପୂଜ୍ୟପୂଜା ପରିଷଦର ସମ୍ପାଦକ ରାଜକୁମାର ଦାସ, ରବୀନ୍ଦ୍ର ଭୋଳ, ଶ୍ରୀହରି ପତି, ଦକ୍ଷିଣ ଭୋଗରାଇ ଓଷ୍ଟା ସମ୍ପାଦକ ନଟରଞ୍ଜନ ଘରାଇ, ରାମକୃଷ୍ଣ ଦାସ ଅଧିକାରୀ, ଯତୀନ୍ଦ୍ର ଦାସ, କମଳାଂଶୁ ତ୍ରିପାଠୀ, ଭାରତ ଭୂଷଣ ନାୟକ, ଲକ୍ଷ୍ମୀଧର ସେଠୀ, ଗୌରାଙ୍ଗ କରଣ, ନାରାୟଣ ସିଂହ, ବିଶ୍ୱେଶ୍ୱର ଦ୍ଵିବେଦୀ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଭଞ୍ଜଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଭଳି ଜଣେ ଆଦର୍ଶ ଶିକ୍ଷକ ତଥା ସୁସାହିତ୍ୟିକଙ୍କ ଅକାଳ ବିୟୋଗ ଶିକ୍ଷକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ ।

nrusinghnath
Leave A Reply

Your email address will not be published.