pakka

ପ୍ରଜ୍ଞାପୁରୁଷ ପ୍ରଫେସର୍ ନାରାୟଣ ପୃଷେଠଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମାରକୀ ବକ୍ତୃତା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ଜୀବନରେ ସଂସ୍କାର ଆଣିବାକୁ ହେଲେ ସମର୍ଥ ସମାଜ ଦରକାର ଓ ସମର୍ଥ ସମାଜ ପାଇଁ ଏକ ସମର୍ଥ ପ୍ରଶାସନ ଦରକାର । ପରସ୍ପର ପରିପୂରକ ହେଲେ ହିଁ ଆମେ ସମଗ୍ର ବିଶ୍ୱରେ ନିଜର ସାମାଜିକତାକୁ ଓ ଭାରତୀୟତାକୁ ପ୍ରତିଷ୍ଠିତ କରିପାରିବା ବୋଲି ମତ ଦେଇଛନ୍ତି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ରବିଶଂକର ପାଣ୍ଡିଆ । ପ୍ରଜ୍ଞାପୁରୁଷ ପ୍ରଫେସର୍ ନାରାୟଣ ପୃଷେଠଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ପ୍ରଫେସର୍ ନାରାୟଣ ପୃଷେଠ ସ୍ମାରକୀ ବକ୍ତୃତାରେ ଆଲୋଚକ ଭାବରେ ଯୋଗଦେଇ ସେ ” ସାମ୍ପ୍ରତିକ ସମାଜ,ରାଜନୀତି ଓ ସଂସ୍କାର” ଶୀର୍ଷକରେ ଏହି ମତ ରଖିଛନ୍ତି । ପ୍ରଫେସର ନାରାୟଣ ପୃଷେଠ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଲୋଚକ ଭାବେ ପ୍ରଫେସର ରବି ଶଙ୍କର ପାଣ୍ଡିଆ ଓ ଅତିଥି ଭାବେ ପ୍ରଫେସର ଡକ୍ଟର ସୁଜିତ କୁମାର ପୃଷେଠ ଯୋଗଦେଇ ଥିଲେ । ଏହି ଅବସରରେ ସ୍ୱର୍ଗତ ପୃଷେଠଙ୍କ ରଚିତ ଦୁଇ ଖଣ୍ଡ ନାଟକ ପୁସ୍ତକ “ଶତାବ୍ଦୀର ଡାକ” ଓ “ଗଙ୍ଗାଧର ମେହେର” ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା । ରତନ ମହାରଣା, ମନୋରଂଜନ ସାହୁ, ନେପାଲ ଚନ୍ଦ୍ର ବାଗ, ହୃଷୀକେଶ ଦାଶ, ବିନୋଦ ଦାଶ ବିଷୟ ସଂପର୍କରେ ନିଜର ମନ ଭିତରେ ଥିବା ପ୍ରଶ୍ନ ପଚାରିଥିଲେ ଓ ପ୍ରଫେସର୍ ପାଣ୍ଡିଆ ତାର ଉତ୍ତର ରଖିଥିଲେ । ସ୍ମାରକୀ ବକ୍ତୃତାରେ ସଭାପତିତ୍ୱ କରି ପ୍ରଫେସର ମଧୁସୂଦନ ପତି ସମାଜ ଏକ କାଳ୍ପନିକ ସମଷ୍ଟି । ସବୁ ସମାନ ହେବ ନାହିଁ । ସମାଜ ସଂସ୍କାର ମାଧ୍ୟମରେ ରାଜନୀତି ଓ ରାଜନୀତି ମାଧ୍ୟମରେ ସମାଜ ସଂସ୍କାର ପାଇଁ ଉଦ୍ୟମ ସମାନ୍ତର ଭାବରେ ହେବା ଜରୁରୀ । ତୁମେ ଓ ବିଶ୍ୱ ଅଭିନ୍ନାପିଣ୍ଡ ବ୍ରହ୍ମାଣ୍ଡ ପରଂପରା ଆମକୁ ବାନ୍ଧି ରଖିଛି । ବିବରଣୀ ପ୍ରଧାନ ହୋଇଯାଇଛି ଆମର ଜୀବନ । ଜ୍ଞାନ ପ୍ରଧାନ ହେବା କଥା ।ଆଚରଣରେ ଯିଏ ଅନ୍ୟକୁ ଶିଖାଇ ଥାଏ, ସେହିଁ ଜ୍ଞାନୀ । ଅନ୍ୟର ମତ ପ୍ରତି ସମ୍ମାନ ଜରୁରୀ ତା’ ହେଲେ ସାମାଜିକ ସଂସ୍କାର ଆସି ପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିବା ବେଳେ ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

sixteen − 2 =