କନ୍ୟା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୂଜନପୁର ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କ ପକ୍ଷରୁ ବୁଧବାର ଦିନ କନ୍ୟା ଦିବସ ପାଳିତ ହୋଇଯାଇଛି । ପଟଣପୁର ଗ୍ରାମରେ କନ୍ୟାମାନଙ୍କ ଦ୍ଵାରା ଏକ ସଚେତନତା ପଦଯାତ୍ରା ପଟଣପୁର ଅଙ୍ଗନୱାଡ଼ି କେନ୍ଦ୍ରଠାରୁ ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ସେମାନେ ହାତରେ ପ୍ଲାକାର୍ଡ ଧରି ଓ ସ୍ଲୋଗାନ ଦେଇ କନ୍ୟା ସନ୍ତାନର ସୁରକ୍ଷା ଓ ଯତ୍ନ ନେବା ପାଇଁ ଜନସଚେତନତା କରିଥିଲେ । କନ୍ୟା ଭୃଣ ହତ୍ୟା ନକରିବା ଆଦି ସୋଗ୍ଲାନ ଦେଇଥିଲେ । ଏଥିରେ ପଟଣପୁର ଅଙ୍ଗନୱାଡ଼ିରୁ ରଞ୍ଜନା ଦେଇ, ବାଗିଲି ବାରୀ ଅଙ୍ଗନୱାଡ଼ିରୁ ଶାନ୍ତିଲତା ସାମନ୍ତସିଂହାର, ଜଗଦଲପୁର ଅଙ୍ଗନୱାଡ଼ିରୁ ପ୍ରତିମା ରାଉତ, ସୁଜନପୁର ଅଙ୍ଗନୱାଡ଼ିରୁ ନିରୁପମା ରାଉତରାୟ, ନୁଆଗଡ ଅଙ୍ଗନୱାଡ଼ିରୁ କୃଷ୍ଣ ପ୍ରିୟା ସାମନ୍ତରାୟ, ରତନପୁର ଅଙ୍ଗନୱାଡ଼ିରୁ ସୂର୍ଯ୍ୟମଣୀ ସାହୁ, ଗୁନୁପୁଟୁ ଅଙ୍ଗନୱାଡ଼ିରୁ ପ୍ରମୋଦିନୀ ସାହୁ ପ୍ରମୁଖ ସାମିଲ ହୋଇ ଗ୍ରାମ ପରିକ୍ରମା କରିଥିଲେ ।

Leave A Reply

Your email address will not be published.

one × 1 =