ଅବହେଳିତ ଅବସ୍ଥାରେ ଶ୍ରୀରାମ ଗାଁର ପାତାଳେଶ୍ୱର ଶିବ ମନ୍ଦିର

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଂଚାୟତ ଶ୍ରୀରାମ ଗାଁ ରେ ଥିବା ପାତାଳେଶ୍ୱର ଶିବ ମନ୍ଦିର ଏବେ ଅବହେଳିତ ଅବସ୍ଥାରେରେ ପଡି ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୧୯୫୨ ମସିହାରେ ବୈଚନ୍ଦ୍ର ବେହେରା ଓ ତାଙ୍କ ସହଧର୍ମିଣୀ ମାୟାବତୀ ବେହେରା ସ୍ଥାପନ କରିଥିଲେ । ଏହି ମନ୍ଦିରକୁ ଶ୍ରଦ୍ଧାଳୁ ମାନେ ଶିବରାତ୍ର ଉଜାଗର, ମକର ସଂକ୍ରାନ୍ତି, ଶ୍ରାବଣ ମାସର ବୋଲବମ୍‌ ଭକ୍ତ ମାନେ ଏଠାରେ ଆସି ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ଏଠାରେ ରହିବା ଓ ମନ୍ଦିର ଚତୁର୍ପାଶ୍ୱ ଅବହେଳିତ ହୋଇ ପଡିରହିବା ଜଣାପଡିଛି ।୧୬ ନମ୍ବର ଜାତୀୟ ରାଜପଥ ରାସ୍ତା ଖଡ଼ିଆଲ ଠାରୁ ଭବାନୀପାଟଣା ନୂଆ ରାସ୍ତା ହୋଇ ଥିବାରୁ ତାହା ସମ୍ପୂର୍ଣ ମୁଖଶଳା ନଷ୍ଟ ହୋଇପଡିଛି । ଏ ନେଇ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କଲେ ସୁଦ୍ଧା କେବଳ ପ୍ରତିଶୁତିରେ ରହିଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଶିବର ସମସ୍ୟା ସମ୍ପର୍କରେ ବିଭିନ୍ନ ସମୟରେ ଜନପ୍ରତିନିଧିଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ବି ଧ୍ୟାନ ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ମନ୍ଦିରକୁ ପୁନରୁଦ୍ଧାର କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.